ରକେଟ ବାଣରୁ ଜଳିଗଲା ଆପାର୍ଟମେଣ୍ଟ

ସମ୍ବଲପୁର : ଦୀପାବଳିରେ ଭୟଙ୍କର ଅଗ୍ନିକାଣ୍ଡ । ବାଣରୁ ନିଆଁ ଲାଗି ଛାରଖାର । ରାକଟ ବାଣରୁ ଆପାର୍ଟମେଣ୍ଟରେ ଲାଗିଗଲା ନଆଁ ।ସମ୍ବଲପୁର କ୍ଷେତରାଜପୁର ସ୍ଥିତ ଶ୍ୟାମ ବଟିକାରେ ଥିବା ଫ୍ଲାଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସୌଭାଗ୍ୟ ବଃଶତ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ଗତକାଲି କୌଣସି ସ୍ଥାନରୁ ଏକ ରକେଟ ବାଣ ଆସି ଆପାର୍ଟମେଣ୍ଟର ତୃତୀୟ ମହଲାରେ ମାଡ଼ ହୋଇଥିଲା। ଫଳରେ ସେଠାରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ହେଲେ ନିଆଁ ଲାଗିବା ସମୟରେ ତୃତୀୟ ମହଲାରେ କେହି ନଥିଲେ।