ଆର୍ଥ ଆୱାର ୨୦୨୨: ଭବିଷ୍ୟତ ଉଜ୍ଵଳ କରିବ ୬୦ ମିନିଟ୍ ଅନ୍ଧକାର

ନୂଆଦିଲ୍ଲୀ: ଏକ ଛୋଟ ପଦକ୍ଷେପ କିପରି ବଡ ପରିବର୍ତ୍ତନ ଆଣିପାରେ ତାହାର ଏକ ଉଦାହରଣ ହେଉଛି ଆର୍ଥ ଆୱାର | ଆଜି ବିଶ୍ଵର ୧୯୦ ରୁ ଅଧିକ ଦେଶ ଅନ୍ଧକାରରେ ୬୦ ମିନିଟ୍ ବିତାଇବେ, ଯାହାଫଳରେ ପୃଥିବୀର ଭବିଷ୍ୟତ ଆଲୋକିତ ହୋଇପାରିବ | ୱାର୍ଲ୍ଡ ୱାଇଡ୍ ଫଣ୍ଡ ଫର୍ ନେଚର (WWF)ଙ୍କ ନେତୃତ୍ୱରେ ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାରରେ ଆର୍ଥ ଆୱାର ପାଳନ କରାଯାଏ | ଏହି ସମୟରେ, ଲୋକମାନେ ଘର ଏବଂ କାର୍ଯ୍ୟାଳୟର ଅନାବଶ୍ୟକ ଆଲୋକକୁ ଏକ ଘଣ୍ଟା (ରାତି ୮.୩୦ ରୁ ରାତି ୯.୩୦ ପର୍ଯ୍ୟନ୍ତ) ବନ୍ଦ କରନ୍ତି |

ଆର୍ଥ ଆୱାର ହେଉଛି WWF (ୱାର୍ଲ୍ଡ ୱାଇଡ୍ ଫଣ୍ଡ ଫର୍ ନେଚର/ ୱାର୍ଲ୍ଡ ୱାଇଲ୍ଡ ଲାଇଫ୍ ଫଣ୍ଡ) ଦ୍ୱାରା ସୃଷ୍ଟି ହୋଇଥିବା ଏକ ବାର୍ଷିକ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ | ୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନି ସହରରେ ଲୋକମାନେ ଘଣ୍ଟାଏ କାଳ ଲାଇଟ୍ ବନ୍ଦ ରଖି ଏହାକୁ ପାଳନ କରିଥିଲେ । ୨୦୦୮ ମସିହା ପରଠାରୁ ଏହା ବିଶ୍ୱସ୍ତରରେ ପାଳନ କରାଯାଉଛି । ୨୦୧୦ ମସିହାରେ ଆମେରିକାରେ ୧୬ପ୍ରତିଶତ ଜନସାଧାରଣ ଏହାକୁ ସମର୍ଥନ ଜଣାଇଥିଲେ। ୨୦୧୬ ମସିହାରେ ମୁମ୍ବାଇରେ ଆର୍ଥ ଆଓ୍ଵାର ପାଳନରେ ୮୦ ମେଗାଓ୍ଵାଟ ବିଦ୍ୟୁତ ବଞ୍ଚି ପାରିଥିଲା । ୨୦୧୦ ମସିହା ପରଠାରୁ ରାଜ୍ୟରେ ଆର୍ଥ ଆଓ୍ଵାର କାର୍ଯ୍ୟକ୍ରମ ପାଳନ କରାଯାଉଛି ।

ଭାରତରେ, ଆର୍ଥ ଆୱାର ପ୍ରଥମେ ୨୦୨୧ ମସିହା ମାର୍ଚ୍ଚ ୨୬ ତାରିଖରେ ରାତି ୮.୩୦ ରୁ ୯.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା | ଦିଲ୍ଲୀର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍ ଏବଂ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଉପସ୍ଥିତିରେ ଏହା ପାଳନ କରାଯାଇଥିଲା । ଅଷ୍ଟ୍ରେଲିଆର ସିଡନୀରେ ମାର୍ଚ୍ଚ ୩୧, ୨୦୦୭ ମସିହାରେ, ୨.୨ ନିୟୁତ ଲୋକ ଏବଂ ୨୦୦୦ କମ୍ପାନୀ ଏକ ଘଣ୍ଟା ପାଇଁ ଲାଇଟ୍ ବନ୍ଦ କରି ଏହି ପଦକ୍ଷେପ ଆରମ୍ଭ କରିଥିଲେ |ଧିରେ ଧିରେ ସମସ୍ତେ ଏହାର ଗୁରୁତ୍ୱ ବୁଝି ପାରିଥିଲେ ଏବଂ ଆଜି ୧୯୦ରୁ ଅଧିକ ଦେଶ ଏହି ଅଭିଯାନରେ ଯୋଗ ଦେଇଛନ୍ତି | ବର୍ତ୍ତମାନ ଅଧିକରୁ ଅଧିକ ଲୋକ ସ୍ବେଚ୍ଛାକୃତ ଭାବରେ ଏହାର ଅଂଶ ହେବାକୁ ଯାଉଛନ୍ତି |