ପରଲୋକରେ ପ୍ରସିଦ୍ଧ ବେଙ୍ଗଲୀ କଣ୍ଠଶିଳ୍ପୀ ସନ୍ଧ୍ୟା ମୁଖାର୍ଜୀ

ପରଲୋକରେ ପ୍ରସିଦ୍ଧ ବେଙ୍ଗଲୀ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ସନ୍ଧ୍ୟା ମୁଖାର୍ଜୀ ।

(କୋଲକତା) : ପରଲୋକରେ ପ୍ରସିଦ୍ଧ ବେଙ୍ଗଲୀ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ସନ୍ଧ୍ୟା ମୁଖାର୍ଜୀ । ୯୦ ବର୍ଷ ବୟସରେ ରାତି ୭ଟା ୩୦ରେ ଏକ ଘରୋଇ ହସ୍ପିଟାଲରେ ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଛି ।

ସୂଚନାନୁଯାୟୀ , ସେ ପ୍ରଥମେ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ୧୭ଟି ହିନ୍ଦୀ ଫିଲ୍ମରେ ସେ ଗୀତ ଗାଇଥିଲେ । ଏସ୍‌ଡି ବର୍ମନ, ମଦନ ମୋହନ, ସଲିଲ ଚୌଧୁରୀଙ୍କ ପରି ମହାନ ସଙ୍ଗୀତ ନିର୍ଦ୍ଦେଶକଙ୍କ ଅଧୀନରେ କାର୍ଯ୍ୟ କରିଥିଲେ । ପରେ ବେଙ୍ଗଲ ଫେରି ୧୯୬୬ରେ କବି ଶ୍ୟାମଲ ଗୁପ୍ତାଙ୍କୁ ବିବାହ କରିଥିଲେ । ବଙ୍ଗ ବିଭୂଷଣ ଓ ଜାତୀୟ ଫିଲ୍ମ ପୁରସ୍କାର ମଧ୍ୟ ସେ ହାସଲ କରିଥିଲେ । ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି ।