ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ । ଇ-ମେଲରେ ଧମକ ଦେଇଥିଲା ଅଭିଯୁକ୍ତ । ଏବେ ତେଲେଙ୍ଗାନାରୁ ତାକୁ ଗିରଫ କରିଛି ମୁମ୍ବାଇ ପୋଲିସ । ତେବେ ଗିରଫ ହୋଇଥିବା ୧୯ ବର୍ଷୀୟ ଯୁବକଙ୍କ ନାମ ଗଣେଶ ରମେଶ ବନପାରଧି ବୋଲି ଜଣାପଡିଛି । ଅଭିଯୁକ୍ତ ଜଣକ ଶାଦାବ ଖାନ ନାମରେ ଇ-ମେଲ ପଠାଇ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଉଥିଲା । ପ୍ରଥମେ ୨୦ କୋଟି ଏବଂ ପରେ ୨୦୦ କୋଟି ଆଉ ପରେ ୪୦୦ କୋଟି ଟଙ୍କା ମାଗୁଥିଲା । ଅଭିଯୁକ୍ତ ଜଣକ ୫ଟି ଇ-ମେଲ ପଠାଇଥିଲା । ଇ-ମେଲ ପଠାଇବା ପାଇଁ ବିପିଏନ ନେଟଓ୍ଵାର୍କ ବେଲଜିୟମର ବୋଲି ଜଣାପଡିଛି । ଏହି ମାମଲାର ପୋଲିସ ଯାଞ୍ଚ କରି ୧୯ ବର୍ଷୀୟ ଯୁବକଙ୍କୁ ତେଲେଙ୍ଗାନାରୁ ଗିରଫ କରିବାରେ ସକ୍ଷମ ହୋଇଛି । ଯୁବକଙ୍କୁ ଗିରଫ କରି ପରେ ଯାଞ୍ଚ ଆରମ୍ଭ କରିଛି ପୋଲିସ ।