ନବମ ବାର୍ଷିକ ସାରସ୍ୱତ ସମ୍ମାନ ଓ କବିତା ପଠୋତ୍ସବ ଅନୁଷ୍ଠିତ

ଦେବଗଡ ଜିଲ୍ଲା ବାରକୋଟବ୍ଲକ ଗଡଭଙ୍ଗା ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ଓଁ ଶ୍ରୀ ସାହିତ୍ୟ ସଂସଦର ନବମ ବାର୍ଷିକ ସାରସ୍ୱତ ସମ୍ମାନ ଓ କବିତା ପାଠୋତ୍ସବ ସମାରୋହର ସହିତ ଅନୁଷ୍ଠିତ ହୋଇଥିଲା। ଶ୍ରୀ ବିଶ୍ୱନାଥ ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବେ ସଭାପତି ନବଦିଗନ୍ତ ସାହିତ୍ୟ ସଂସଦ ରିଆମାଳର  ପଣ୍ଡିତ ଜଳନ୍ଦର ଦାସ, ସମ୍ମାନିତ ଅତିଥି ଭାବେ ସମ୍ପାଦକ ସ୍ମୃତିରେଖା ସାହିତ୍ୟ ସଂସଦ କୁରୋଡ ଫକୀର ମହନ ଦେହୁରୀ, ମୁଖ୍ୟବକ୍ତା ଭାବେ ସଭାପତି ପତିତପାବନ ସାହିତ୍ୟ ସଂସଦ କଣ୍ଢଳ ଅନିରୁଦ୍ଧ ନାୟକ, ସମୀକ୍ଷକ ଭାବେ ସମ୍ପାଦକ ନବଦିଗନ୍ତ ସାହିତ୍ୟ ସଂସଦ ରିଆମାଳ ଗୋଲବଦନ ବିଶ୍ୱାଳ ଏବଂ ଟିକେଶ୍ୱର ସାହୁ, ଉପଦେଷ୍ଟା ପତିତପାବନ ସାହିତ୍ୟ ସଂସଦ କଣ୍ଢଲ ମଞ୍ଚାସିନ ହୋଇ ସାହିତ୍ୟର ନୂତନ ବାର୍ତ୍ତା ପ୍ରଦାନ କରିଥିଲେ। ସମ୍ପାଦକୀୟ ବିବରଣୀ ରମାକାନ୍ତ ପ୍ରଧାନ କରିଥିବାବେଳେ, ପରାଶର ସାହୁ ମଞ୍ଚ ପାରିଚାଳନା କରିଥିଲେ। ଏଥିରେ 23ଗୋଟି କବିତାରେ ପ୍ରକୃତି, ଜୀବନୀ ଆଧାର, ସାମାଜିକ ବିଭିନ୍ନ ଢଙ୍ଗରେ  କବିତା ପ୍ରେମୀ ସମସ୍ତ ଏହି ପାଠୋତ୍ସବ କରିଥିଲେ। ପାରମ୍ପରିକ  କେନ୍ଦେରା ଶିଳ୍ପୀ  ନରେନ୍ଦ୍ର କୁମାର ନାଥ, ଶେଷ୍ଟ୍ର କବି ସମ୍ମାନ  ସୁଭଦ୍ରା ବିଶ୍ୱାଳ (ପାଲଲହରା )ଏବଂ  ସଂଯୋଜିକା  ଚନ୍ଦ୍ର କାନ୍ତି ସ୍ୱାଇଁ ଙ୍କୁ  ସମାନିତ କରାଯାଇଥିଲା।  ସଭା ମାଝୀ ରେ  ଲୋକଙ୍କ ମନକୁ ବୁଝେଇଲା ଭଳି  ସେଠିକାର  କୁନି କଳା କାର ଙ୍କୁ ନେଇ, ନୂତ୍ୟ ପରିବେଷଣ କରାଯାଇଥିଲା।