ପୁରୀ ତାଳବଣିଆରେ ୭୯ ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳିତ

ପୁରୀ ତାଳବଣିଆ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ୭୯ ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି।ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ପ୍ୟାରେଡରେ ମୋଟ ୪୬ଟି ଟ୍ରୁପ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ଉଦବୋଧନ ଦେଇ ଆଇନ ମନ୍ତ୍ରୀ କହିଥିଲେ ସ୍ଵାଧୀନତା ଏତେ ସହଜରେ ମିଳି ନାହିଁ।ସ୍ଵାଧୀନତା ଯେଉଁ ମହାପୁରୁଷ ଓ ସ୍ଵାଧୀନତା ସଂଗ୍ରାମୀଙ୍କ ପାଇଁ ମିଳିଛି ସେମାନେ ସର୍ବଦା ନମସ୍ୟ।ସ୍ଵାଧୀନତା ଆନ୍ଦୋଳନ ପବିତ୍ର ଶ୍ରୀକ୍ଷେତ୍ର ମାଟିରୁ ହିଁ ଆରମ୍ଭ ହୋଇଥିଲା।ପୁରୀ ତଥା ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆପ୍ରାଣ ଉଦ୍ୟମ କରୁଛନ୍ତି।କୃଷି ,ଶିକ୍ଷା,ଜଳସେଚନ ,ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ଠାରୁ ଆରମ୍ଭ କରି ମହାନ୍ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ପୁରୀକୁ ବିଶ୍ଵ ଦରବାରରେ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ଅବିଛନ୍ନ ଉଦ୍ୟମ କରାଯାଉଛି।ଏହି ଅବସରରେ ବିଭିନ୍ନ କଳାକାର, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଅନୁଷ୍ଠାନମାନଙ୍କ ଦ୍ବାରା ‘ଭାରତୀୟମ୍’ ନାମରେ ଦେଶାତ୍ମବୋଧ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ବ୍ୟକ୍ତି ବିଶେଷଙ୍କୁ ସମ୍ବନ୍ଧିତ କରାଯାଇଥିଲା । ପୂର୍ବରୁ  ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପ୍ୟାରେଡର ଶ୍ରେଷ୍ଠ ଦଳମାନଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ। ପ୍ୟାରେଡ଼  ପଡିଆଠାରେ ମୁଖ୍ୟ ଅତିଥ୍ ଚାରାରୋପଣ କରିବା ପରେ ଉତ୍କଳ ବାଳାଶ୍ରମର ଅନ୍ତେବାସୀଙ୍କୁ ଅନ୍ତେବା ମିଷ୍ଟାନ୍ନ କରିବେ। ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ବଣ୍ଟନ କରିବେ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟଠାରେ ରକ୍ତ ଦାନ ଶିବିରକୁ ମୁଖ୍ୟ ଅତିଥ୍‌ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଏସପି ପିନାକ ମିଶ୍ର ଉପସ୍ଥିତ ଥିଲେ।