୬୫ଥର ପୁସ୍‌ଅପ୍‌ ମାରିଲେ ୫୫ ବର୍ଷୀୟ ଯବାନ

ନୂଆଦିଲ୍ଲୀ: ଯେକୌଣସି ପରିସ୍ଥିତିରେ ହେଉ ନା କାହିଁକି ଦେଶର ସେବା କରିବା ପାଇଁ ଯବାନମାନେ ପଛକୁ ହଟନ୍ତି ନାହିଁ। ଯବାନଙ୍କ ସାମ୍ନାରେ ଦେଶର ସମ୍ମାନ ପାଇଁ ବୟସ ଏବଂ ପରିସ୍ଥିତିକୁ ଖାତିର କରନ୍ତି ନାହିଁ। ସୀମାରେ ଥିବା ଯବାନ ନିଜର ଜୀବନକୁ ବାଜି ଲଗାଇ ଦେଶର ସେବା ପାଇଁ ରହିଥାନ୍ତି। ଯବାନମାନଙ୍କ ଏମିତି କିଛି ଭିଡିଓ ଆପଣ ନିଶ୍ଚିତ ଦେଖିଥିବେ। ଏବେ ଏମିତି ଏକ ଭିଡିଓ ଆଇଟିବିପି ଯବାନଙ୍କର ଭାଇରଲ ହେଉଛି। ଯେଉଁଥିରେ ସେ ମାଇନସ ୩୦ ଡିଗ୍ରୀ ତାପମାତ୍ରାରେ ପୁସ୍‌ଅପ୍‌ ମାରୁଥିବା ନଜର ଆସିଛନ୍ତି। ଆଇଟିବିପି ପକ୍ଷରୁ ସେୟାର ହୋଇଥିବା ଏହି ଭିଡିଓରେ ଜଣେ ଅଧିକାରୀ ହାଡ ଭଙ୍ଗା ଶୀତରେ ଅଜବ କାରାନାମା କରୁଥିବା ଦେଖିବାକୁ ମିଳିଛନ୍ତି। ଭିଡିଓରେ ଆଇଟିବିପି କମାଣ୍ଡାଣ୍ଟ ରତନ ସିଂ ସୋନଲ ୧୭,୫୦୦ ଫୁଟ ଉପରେ ମାଇନସ ୩୦ ଡିଗ୍ରୀ ତାପମାତ୍ରାରେ ଲଗାତାର ୬୫ଥର ପୁସ୍‌-ଅପ୍‌ ମାରୁଥିବା ନଜର ଆସିଛନ୍ତି। ଏହାକୁ ଦେଖି ସମସ୍ତେ ଆଶ୍ଚର୍ୟ୍ୟ ହୋଇଛନ୍ତି। ଆଇଟିପିବି ନିଜ ଅଫିସିଆଲ ଟ୍ଵିଟରେ ଲେଖିଛନ୍ତି ‘ ୫୫ ବର୍ଷର ଆଇଟିବିପି କମାଣ୍ଡାଣ୍ଟ ରତନ ସିଂ ସୋନଲ ୧୭ ହଜାର ଫୁଟ ଉଚ୍ଚ ଲଦାଖରେ ୩୦ ଡିଗ୍ରୀ ସେଲସିଅମ ଥଣ୍ଡାରେ ୬୫ ଥର ପୁସ୍‌ଅପ୍‌ କରୁଛନ୍ତି। ଏହା ପୂର୍ବରୁ ଏକ ଭିଡିଓ ଭାଇରଲ ହୋଇଥିଲା। ଯେଉଁଥିରେ ସେନାବାହିନୀ ଦଳ ବରଫ ଚାଦର ହଟାଇ ରାସ୍ତା ପ୍ରସ୍ତୁତ କରୁଥିବାର ନଜର ଆସିଥିଲେ।