ଉତ୍ତରପ୍ରଦେଶ: ପୁଣି ବୋରୱେଲରେ ଖସିପଡିଲା ଶିଶୁ । ୪୦ ଫୁଟ ଗଭୀର ବୋରୱେଲରେ ଫସିଛି କଅଁଳ ଜୀବନ । ୬ ବର୍ଷର କଅଁଳ ପିଲାକୁ ଉଦ୍ଧାର କରିବା ପାଇ ଜାରି ରହିଛି ଅଭିଯାନ । ଉତ୍ତରପ୍ରଦେଶର ରେୱା ଜିଲ୍ଲାର ମାନିକା ଗାଁରେ ଘଟିଛି ଏଭଳି ଘଟଣା । ଏହି ଘଟଣା ଗତକାଲି ଅପରାହ୍ନ ୩ଟା ସମୟରେ ଘଟିଥିବା ବେଳେ ପିଲାଟି ଖେଳିବା ସମୟରେ ବୋରୱେଲରେ ଖସିପଡଇଥିବା କୁହାଯାଉଛି । ତେବେ ପିଲାଟି ଖସିପଡିବା ପରେ ତୁରନ୍ତ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା କୁହାଯାଉଛି । ବୋରୱେଲଟି ୭୦ ଫୁଟ ଗଭୀର ଥିବା ବେଳେ ପିଲାଟି ୪୦ ଫୁଟ ତଳେ ଫସିଥିବା ଜଣାପଡିଥିବା କୁହାଯାଉଛି । ତେବେ ଉଦ୍ଧାର କାର୍ଯ୍ୟରେ ୨ଟି ଜେସିବି , କ୍ୟାମେରାମ୍ୟାନ ଟିମ , ଏସଡିଆରଏଫ ଟିମ ନିୟୋଜିତ ରହିଥିବା କୁହାଯାଉଛି । ଅତିରିକ୍ତ ପୋଲିସ ଅଧିକ୍ଷକ ଅନିଲ ସୋନକରଙ୍କ ସୂଚନା ଅନୁଯାୟୀ , ଏକ ପାଇପ ଜରିଆରେ ବୋରୱେଲ ଭିତରକୁ ଅକ୍ସିଜେନ ଦିଆଯାଉଛି । ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ ବୋରୱେଲ ଭିତରକୁ ସିସିଟିଭି ପଠାଯାଇଛି । କିନ୍ତୁ ବାଟରେ ପ୍ରତିବନ୍ଧକ ହେତୁ ପିଲାଟି ନିକଟରେ କ୍ୟାମେରା ପହଞ୍ଚି ପାରିନି ।ତେବେ ପିଲାଟି ସାଙ୍ଗମାନଙ୍କ ସହିତ ଗହମ କଟା ହୋଇଥିବା ବିଲରେ ଖେଳୁଥିବା ବେଳେ ବୋରୱେଲରେ ଖସିପଡିଥିବା ଜଣାପଡିଛି । ତେବେ ଜିଲ୍ଲାପାଳ ପ୍ରତିଭା ପାଲ ଓ ପୋଲିସ ଅଧିକ୍ଷକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି । ପିଲାଟିର ଜୀବନ ରକ୍ଷା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି ବୋଲି ଜିଲ୍ଲା ପାଳ ସୂଚନା ଦେଇଛନ୍ତି ।