ଚେନ୍ନାଇ : ଭୟଙ୍କର ବାତ୍ୟାର ରୂପନେଲା ମାଣ୍ଡୋସ । ଗତକାଲି ରାତିରେ ବାତ୍ୟା ମାଣ୍ଡୋସ ତାମିଲନାଡୁର ମାମଲାପୁରମ ଠାରେ ଲ୍ୟାଣ୍ଡଫଲ କରିଛି । ଯେତେବେଳେ ଲ୍ୟାଣ୍ଡଫନ କଲା ସେତେବେଳେ ପବନର ବେଗ ସର୍ବାଧିକ ଘଣ୍ଟା ପ୍ରତି ୮୫ କିମି ରହିଥିଲା । ଯାହା ଖବର ରହିଛି ପ୍ରବଳାରୁ ଅତିପ୍ରବଳ ବର୍ଷା ହୋଇଥିଲା । ମାଣ୍ଡୋସର ପ୍ରଭାବ ଅଧିକ ସମୟ ପର୍ଯ୍ୟନ୍ତ ଚାଲୁଥିବା ବେଳେ ମାମଲାପୁରମ ଓ ଚେନ୍ନାଇ ସମେତ ଏକାଧିକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହେବା ସହିତ ଅନେକ ଗଛ, ବିଦ୍ୟୁତ୍ ଖୁଣ୍ଟି ଉପୁଡି ବଡିଛି । ଏହାସହ ମାତ୍ରାଧିକ ବର୍ଷା ଯୋଗୁ ଚେନ୍ନାଇରେ ଫ୍ଲାଶଫ୍ଲଡ ବା ଅଚାନକ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଏବଂ ଦୋକାନ ଘର ଗୁଡିକ ଭାଙ୍ଗି ଯାଇଥିବା ଜଣା ପଡିଛି । ଏଥିବା ଇଁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବାତ୍ୟା ମାଣ୍ଡୋସ ଲ୍ୟାଣ୍ତଫଲ କରିବା ପରେ ଦୁର୍ବଳ ହୋଇ ଗଭୀର ଅବପାତ ଅବସ୍ଥାରେ ରହିଛି । ଏହାର ପ୍ରଭାବରେ ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ଲାଗି ରହିଛି ।