ଦଶ କୋଟି ଟଙ୍କାର ମଇଁଷି

ମେରୁଟ: ଦଶ କୋଟି ଟଙ୍କାର ମଇଁଷି । ମେରୁଟର କିସାନ ମେଳାରେ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି ମଇଁଷି ଗୋଲୁ । ତେବେ ଗୋଲୁର ବୟସ ୪ ବର୍ଷ ୬ ମାସ ହୋଇଥିବା ବେଳେ ତାର ଉଚ୍ଚତା ୫ ଫୁଟ ୬ ଇଚଂ ରହିଛି ।ଏହା ସହ ଗୋଲୁ ୧୪ ଫୁଟ ଲମ୍ବା ହୋଇଥିବା ବେଳେ ତାର ଓଜନ ୧୫ କୁଇଣଟାଲ ହୋଇଥିବାର ସୂଚନା ରହିଛି ।

ଜାଣନ୍ତୁ କଣ ଖାଏ ଗୋଲୁ?:-

ମଇଁଷିଙ୍କ ମାଲିକ ଥିଲେ ପିସି ୪୮୩ । ପରବର୍ତୀ ସମୟରେ ଗୋଲୁକୁ ହରିୟାଣାର ସରକାରଙ୍କୁ ଉପହାର ଦିଆଯାଇଥିଲା । ମେରୁଟର ସର୍ଦ୍ଦାର ବଲ୍ଲବ ଭାଇ ପଟେଲ କୃଷି ବିଦ୍ୟାଳୟର ତିନି ଦିନିଆ ଅଲ ଇଣ୍ଡିଆ କିସାନ ମେଳାକୁ ଗେଲୁ ଆସିଥିଲା । ଏହି ମେଳାର ପ୍ରଥମ ଦିନରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଗୋଲୁ । ଗୋଲୁର ଓଜନ ୧୫ କ୍ୱିଣ୍ଟାଲର ହୋଇଥିବା ବେଳେ ପ୍ରତିଦିନ ୩୦ କିଲୋ ଶୁଖିଲା ସବୁଜ ଖାଦ୍ୟ ସହ ୭ କିଲୋ ଗହମ ଏବଂ ୫୦ଗ୍ରାମର ମିନେରାଲ ଭିଟାମିନ୍ ଖାଉଛି ଗୋଲୁ । ପ୍ରତିଦିନ ଗୋଲୁ ପାଇଁ ପ୍ରାୟ ୧୦୦୦ ଟଙ୍କା ଖର୍ଚ୍ଚ ହୋଇଥ।ଏ ବୋଲି ସୂଚନା ରହିଛି ।