ନୂଆଦିଲ୍ଲୀ: ଦୁବାଇରେ କ୍ରାସ ହେଲା ବାୟୁସେନାର ଲଢୁଆ ବିମାନ ତେଜସ । ଦୁବାଇର ଏୟାର ସୋ’ରେ କ୍ରାସ ହେଲା ତେଜସ । ଆକାଶରେ ରଣକୌଶଳ ଦେଖାଇବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ହଠାତ ନିୟନ୍ତ୍ରଣ ହରାଇ ତଳେ ପଡିଗଲା ତେଜସ । । ବଡ଼ କଥା ହେଉଛି ଯେ ପାଇଲଟ୍ ବାହାରକୁ ବାହାରି ଆସିଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ସ୍ଥାନୀୟ ସମୟ ଅନୁସାରେ ଅପରାହ୍ନ ୨:୧୦ ମିନିଟରେ ଏହି ଘଟଣା ଘଟିଥିଲା ମଝି ଆକାଶରେ ରାଣ କୌଶଳ ଦେଖାଉଥିବା ସମୟରେ, ପାଇଲଟ୍ ହଠାତ୍ ସ୍ୱଦେଶୀ ନିର୍ମିତ LCA ତେଜସ୍ ଲଢ଼ୁଆ ବିମାନ ଉପରୁ ନିୟନ୍ତ୍ରଣ ହରାଇଲେ ଏବଂ ବିମାନଟି ଭୂମିରେ ଖସି ପଡ଼ିଲା।

ଦୁବାଇର ଅଲ ମକତୁମ ଏୟାରପୋର୍ଟ ନିକଟରେ ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ବେଳର ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ବିମାନଟି ତଳକୁ ଖସିପଡ଼ିବା ପରେ ଜଳି ଯାଇଥିବା ଦେଖିବାକୁ ମିଳିଛି । ଭୟଙ୍କର ବିସ୍ଫୋରଣ ପରେ କଳ ଧୂଆଁ ପ୍ରବଳ ଉଚ୍ଚକୁ ଉଠିଛି । ତେବେ ଏହି ଦୁର୍ଘଟଣାରେ କ୍ଷୟକ୍ଷତି ନେଇ ଅଧିକ ସୂଚନା ମିଳିନାହିଁ । ସେପଟେ ତେଜସ୍ ବିମାନରେ ଥିବା ପାଇଲଟଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛି ଭାରତୀୟ ବାୟୁସେନା । ଏହା ପୂର୍ବରୁ ଆଇଏଏଫର ଜଣେ ମୁଖପାତ୍ର କହିଥିଲେ, ‘ଦୁବାଇ ଏୟାର ଶୋ’-୨୫ରେ ତେଜସ୍ ବିମାନ ଦୁର୍ଘଟଣା ନେଇ ଜାଣିବାକୁ ପାଇଛୁ । କିନ୍ତୁ ଏନେଇ ଆମେ ଅଧିକ ତଥ୍ୟ ସଂଗ୍ରହ କରୁଛୁ । ଅଧିକ ତଥ୍ୟ ମିଳିବା ପରେ ଆମେ ସୂଚନା ଦେବୁ । ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୨୪ରେ ଜୈସାଲମେରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଭାରତୀୟ ବାୟୁସେନାର ତେଜସ୍ ଲଢ଼ୁଆ ବିମାନ ।