ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ଦର୍ପଣ ତହସିଲ ଅଧିନସ୍ଥ ପଶ୍ଚିମ ବଡ଼ଚଣା ଅଞ୍ଚଳ ଲଘୁଖଣିଜ ଲୁଟେରାଙ୍କ ଚରାଭୂଇଁ ପାଲଟିଛି । ଏହି ଚୋରା ଲଘୁ ଖଣିଜ ପରିବହନ ପ୍ରାକ୍ତନ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କ ସମୟରେ ସମ୍ପୁର୍ଣ୍ଣ ରୂପେ ବନ୍ଦ ଥିଲାବେଳେ, ତାଙ୍କର ବଦଳି ପରେ ଦେଢ଼ବର୍ଷ କାଳ ବ୍ୟାପକ ଚୋରା ଚାଲାଣ ହୋଉଥିଲା। ମାତ୍ର ଏହି କିଛିଦିନ ତଳେ ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁ ମାତ୍ର ୧୦-୧୫ ଦିନ ଭାରପ୍ରାପ୍ତ ତହସିଲଦାର ଭାବେ କାର୍ୟ୍ୟକରି କଡା ଆଭିମୁଖ୍ୟ ଗ୍ରହଣକରି ଲଘୁଖଣିଜ ଲୁଟେରାଙ୍କ ନିଦ ହଜାଇ ଦେଇଥିଲେ।ନୂତନ ଭାବରେ ଯୋଗଦେଇଥିବା ତହସିଲଦାର ମାନସ କୁମାର ତ୍ରିପାଠୀଙ୍କ ଚିନ୍ତାଧାରା ଓ ଲଘୁଖଣିଜ ପଦାର୍ଥ ଲୁଟେରା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଉଗ୍ର ତାହା ସ୍ପଷ୍ଟ ରୂପେ ବାରି ହୋଇ ପଡୁଛି। ଆଗାମୀ ଦିନରେ ଏହିଭଳି ଆଭିମୁଖ୍ୟ ଗ୍ରହଣ କରି ଲଘୁଖଣିଜ ଲୁଟେରାଙ୍କ ଖଣି ଉପରେ ଚଢ଼ାଉ ସହିତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ଗ୍ରହଣ କଲେ । ପଶ୍ଚିମ ବଡ଼ଚଣା ଅଞ୍ଚଳରୁ ଚୋରା ଲଘୁଖଣିଜ ପରିବହନ ଖୁବ କମ ଦିନମଧ୍ୟରେ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ ବୋଲି ଚର୍ଚ୍ଚା ହେଉଛି। ତହସିଲଦାର ମାନସ କୁମାର ତ୍ରିପାଠୀ ବୈରୀ ରାସ୍ତାରେ ଏକ ଟ୍ରକରେ ବେଆଇନ ମାଙ୍କଡ଼ା ପଥର ବୋଝେଇ କରି ଯାଉଥିବାର କୌଣସି ସୂତ୍ରରୁ ଖବର ପାଇ ଅତିରିକ୍ତ ତହସିଲଦାର ଗଗନ ବିହାରୀ ଦାଶଙ୍କୁ ଟ୍ରକଟିକୁ କାବୁ କରିବା ପାଇଁ ନିର୍ଦେଶ ଦେଇଥିଲେ।
ନିର୍ଦେଶ ମୁତାବକ ଶ୍ରୀ ଦାଶ ଓ ରାଜସ୍ୱ ନିରୀକ୍ଷକ ସେହି ରାସ୍ତାରେ ଲୁଚି ରହିଥିଲେ। ଟ୍ରକ ଆସିବା ମାତ୍ରେ ଶ୍ରୀ ଦାଶ ଟ୍ରକ ଅଟକାଇ କାଗଜ ପତ୍ର ଦେଖିବା ପାଇଁ କହିଥିଲେ। ମାତ୍ର ଚାଳକ ପରିବହନ କରୁଥିବା ଖଣିଜ ପଦାର୍ଥ କୌଣସି ନଥିପତ୍ର ଦେଖାଇ ନ ପାରିବାରୁ ଟ୍ରକକୁ ଜବତ କରି ବୈରୀ ଥାନାରେ ଜିମା ଦେଇଥିଲେ। ଲଘୁଖଣିଜ ଲୁଟେରା ମାନେ ଖୁବ ସକ୍ରିୟ ହୋଇଥିଲେ । ୩ଟି ହାଇୱା ବେଆଇନ ବାଲି ବୋଝେଇକରି ଚଣ୍ଡିତଳ ଗ୍ରାମ ହରେକୃଷ୍ଣ କାନୁନଗୋ ମାର୍ଗ ଉଦାସ ଯମୁନା ଦାସ ମନ୍ଦିର ନିକଟରେ ଯାଉଥିବା ବେଳେ ଜଗିଥିଲେ ତହସିଲଦାର । ଖବର ପାଇ ପୂର୍ବ ପ୍ରସ୍ତୁତି ମୁତାବକ ହାଇୱା ଗୁଡିକ ଅଟକାଇ ଗାଡିର ନଥିପତ୍ର ମାଗିଥିଲେ।
ମାତ୍ର ଚାଳକ ମାନେ କୌଣସି ଲାଇସେନ୍ସ ନଥିବାରୁ ଦେଖାଇବାକୁ ଦେଖାଇପାରି ନଥିଲେ।ପରେ ହାଇୱା ୩ଟିକୁ ଜବତ କରି ବଡ଼ଚଣା ଥାନାରେ ଜିମା ଦେଇଥିବା ତହସିଲଦାର । ଆଗାମୀ ଦିନରେ ସମଗ୍ର ତହସିଲ ଅଞ୍ଚଳରେ ବ୍ୟାପକ ଚଢ଼ାଉ କରି ଲଘୁଖଣିଜ ଲୁଟ ସାମ୍ରାଜ୍ୟର ନିପାତ କରାଯିବ ବୋଲି କହିଛନ୍ତି । ମାଫିଆ ମାନଙ୍କୁ ଯେଉଁ ଜରିମାନ କରାଯାଉଛି ତାହା ଅତି ନଗନ୍ୟ ଧରଣର, ସେଥିପାଇଁ ମାଫିଆକୁ ବିଶେଷ କିଛି ଫରକ ପଡୁନାହିଁ ବୋଲି ଲୋକମାନେ ଆଲେଚନା କହୁଛନ୍ତି । ସରକାରୀ ନିୟମ ଅନୁସାରେ ଜରିମାନା ରାଶି ଲାଗୁ କରାଗଲେ, ଲଘୁଖଣିଜ ଲୁଟେରା ମାନେ ପୁନର୍ବାର ବେଆଇନ ଲଘୁଖଣିଜ ଲୁଟ୍ ଓ ଚୋରା ଚାଲାଣ କରିବା ପାଇଁ ସାହସ କରନ୍ତେ ନାହିଁ। ପୂର୍ବତନ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କ ସମୟରେ ମାଫିଆଙ୍କ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ସହ ବହୁ ପରିମାଣାରେ ଜରିମାନା ଆଦାୟ କରୁଥିଲେ ଫଳରେ ମାଫିଆଙ୍କ ଲୁଟ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିଲା । ଯଦି ସେହିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ମାଫଆଙ୍କ କାରବାର ବନ୍ଦ ହୋଇଯିବ ।