କେଏଲ ରାହୁଲଙ୍କ ସଫଳ ଅସ୍ତ୍ରୋପଚାର

ସର୍ଜରୀ ପରେ କେଏଲ ରାହୁଲ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି , ଫଟୋରେ ସେ ରାସ୍ତାରେ ଓ୍ଵାକର ଷ୍ଟିକ ସାହାରାରେ ଚାଲୁଛନ୍ତି ।

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ତଥା ଲକ୍ଷ୍ନୌ ସୁପରଜିଆଣ୍ଟସର ଅଧିନାୟକ କେଏଲ ଆହତ ଆହତ ଜଙ୍ଘର ସଫଳ ଅସ୍ତ୍ରୋପଚାର ହୋଇଛି । ଆଉ ଅସ୍ତ୍ରୋପଚାର ପରେ ରାହୁଲ ଓ୍ଵାକର ଷ୍ଟିକ ଧରି ଚାଲୁଛନ୍ତି । ଯାହାର ଫଟୋ ସାମ୍ନାକୁ ଆସିଛି ।
ସର୍ଜରୀ ପରେ କେଏଲ ରାହୁଲ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି । ଫଟୋରେ ସେ ରାସ୍ତାରେ ଓ୍ଵାକର ଷ୍ଟିକ ସାହାରାରେ ଚାଲୁଛନ୍ତି । ସେହିପରି ଅନ୍ୟ ଏକ ଫଟୋରେ ତାଙ୍କ ସହିତ ପତ୍ନୀ ଆଥିୟା ମଧ୍ୟ ନଜର ଆସିଛନ୍ତି । କେଏଲ ରାହୁଲଙ୍କ ସ୍ୱାସ୍ଥ୍ୟବସ୍ଥା ଖୁବଶୀଘ୍ର ସୁଧୁରୁଛି । ଏହାକୁ ସଂପୂର୍ଣ୍ଣ ଭାବେ ଠିକ୍ ହେବା ପରେ ୨- ୩ ମାସ ଲାଗିବ
ଲକ୍ଷ୍ନୌ ଏବଂ ଆରସିବି ମ୍ୟାଚ୍ ସମୟରେ ଜଙ୍ଘରେ ଆଘାତ ଲାଗିବା ଯୋଗୁଁ ଆହତ ଯୋଗୁଁ ଆଇପିଏଲ୍ ଏବଂ ଡଞଉ ଫାଇନାଲରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ଲକ୍ଷ୍ନୌର ଅଧିନାୟକ ଦାୟିତ୍ୱ କୁନାଲ ପାଣ୍ଡ୍ୟାଙ୍କୁ ଦିଆଯାଇଛି । ତେବେ ଏହାପୂର୍ବରୁଡଞଉ ଫାଇନାଲରେ ତାଙ୍କୁ ଟିମରେ ସାମିଲ କରିଥିଲା । ରାହୁଲ ଫିଟ୍ ନ ହେବା କାରଣରୁ ଏବେ ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ଟିମରେ ସ୍ଥାନ ମିଳିଛି ।