ନୂଆଦିଲ୍ଲୀ:- ଡବ୍ଲୁସିଏଲ୍ ସେମିଫାଇନାଲରେ ସାମ୍ନାସାମ୍ନି ହୋଇଥାନ୍ତେ ଭାରତ-ପାକିସ୍ତାନ । କିନ୍ତୁ ଭାରତ ଚାମ୍ପିୟନ୍ସ ଏହି ମ୍ୟାଚ୍ ଖେଳିବାକୁ ମନା କରିଦେଇଛନ୍ତି । ଏହି ମ୍ୟାଚ୍ ଆସନ୍ତାକାଲି ଖେଳାଯିବାକୁ ଥିଲା । ଭାରତୀୟ ଟିମ୍ର ପ୍ରତିଟି ଖେଳାଳି ପାକିସ୍ତାନ ସହ କୌଣସି ମ୍ୟାଚ୍ ଖେଳିବାକୁ ମନା କରିଦେଇଥିବା ସୂଚନା ମିଳିଛି । ଯୁବରାଜ ସିଂ ନେତୃତ୍ୱଧୀନ ଟିମର ଏହି ନିଷ୍ପତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଏହି ଟିମରେ ଶିଖର ଧାୱନ, ରବିନ ଉଥପ୍ପା, ସୁରେଶ ରାଇନା ଓ ହରଭଜନ ସିଂଙ୍କ ପରି ଖେଳାଳି ରହିଛନ୍ତି । ଏହା ପୂର୍ବରୁ ଜୁଲାଇ ୨୦ରେ ମଧ୍ୟ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଖେଳିବାକୁ ମନା କରି ଦେଇଥିଲା । ଏହି ମ୍ୟାଚକୁ ବାତିଲ କରି ଦିଆଯାଇଥିଲା । ବୁଧବାର ଲିଗର ସ୍ପନଶର ମଧ୍ୟ ସେମିରୁ ହଟି ଯାଇଥିଲେ ।
‘ଇଜିମାଇଟ୍ରିପ୍’ କମ୍ପାନିର ସହ-ପ୍ରତିଷ୍ଠାତା ନିଶାନ୍ତ ପିଟ୍ଟି ‘ଏକ୍ସ’ ପୋଷ୍ଟରେ ଲେଖିଛନ୍ତି, “ଆମେ ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସରେ ଟିମ୍ ଇଣ୍ଡିଆ ଚାମ୍ପିଅନସର ପ୍ରଦର୍ଶନକୁ ପ୍ରଶଂସା କରୁଛୁ । ଆମେ ଭାରତର ଲୋକଙ୍କ ଭାବନାକୁ ସମ୍ମାନ କରି ପଛକୁ ହଟି ଯାଉଛି । ଆମ ମତରେ ଆତଙ୍କବାଦ ଏବଂ କ୍ରିକେଟ୍ ଏକାଠି ଚାଲିପାରେ ନାହିଁ ।