ଖେଳିଦେଲେ ଖେଳ ମାଷ୍ଟର

ଖେଳ ଶିକ୍ଷକଙ୍କ ଏକାଧିକ ଯୁବତୀଙ୍କ ସହ ରାସଲିଳା ବେଳେ ଭିଡିଓ ଭାଇରାଲ ହୋଇଛି

ବଲାଙ୍ଗିର:ଖେଳ ଶିକ୍ଷକଙ୍କ ଏକାଧିକ ଯୁବତୀଙ୍କ ସହ ରାସଲିଳା ବେଳେ ଭିଡିଓ ଭାଇରାଲ ହୋଇଛି ।ଶିକ୍ଷକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅର୍ନ୍ତଗତ ସାଉନ୍ତପୁର ଗ୍ରାମର ସୌରଭ ପ୍ରଧାନ ।ଜଣେ ଯୁବତୀଙ୍କୁ ଖେଳ ଶିକ୍ଷକ ଯୌନ ଶୋଷଣ କରୁଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହିତ ଶିକ୍ଷକ ଶାରୀରିକ ସର୍ମ୍ପକ ରଖିଥିବା ସେ ଅଭିଯୋଗ କରିଥିବା ଜଣାପଡିଛି ।ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତ ସମୟରେ ତାଙ୍କର କିଛି ଫଟୋ ମଧ୍ୟ ରଖିଥିବା ଜଣାପଡିଛି ।ସୂଚନା ଅନୁସାରେ ତାଲପାଲି ପଡାର ଜନୈକା ଯୁବତୀଙ୍କ ସହିତ ସୌରଭ ଫେସବୁକରେ ଚିହ୍ନା ପରିଚିତ ହୋଇଥିଲେ । କଥାବାର୍ତ୍ତା ହେବା ପରେ ସେମାନେ ପରସ୍ପରକୁ ଭଲପାଉଥିଲେ । ଏପରିକି ଦୁହେଁ ଶାରୀରିକ ସର୍ମ୍ପକ ମଧ୍ୟ ରଖିଥିବା ଯୁବତୀ ଅଭିଯୋଗ କରିଛନ୍ତି ।ଆଉ ଏବେ ସୌରଭ ତାଙ୍କୁ ଧରା ଛୁଆଁ ଦେଉନଥିବାବେଳେ ସେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।ସୌରଭ ଦୁଇ ତିନି ଦିନ ହେଲା କୁଆଡେ ଫେରାର ।