ପ୍ରତିକ୍ରିୟା ରଖିଲା ଟାଟା ପାୱାର୍, ନିଜ ମୁଣ୍ଡରୁ ଛଡାଇଲା ଦୋଷ

ଭୁବନେଶ୍ଵର: ଆଡିସନାଲ୍‌ ସିକ୍ୟୁରିଟି ଡିପୋଜିଟ୍‌ ବାବଦରେ TPCODL ସିଇଓଙ୍କ ସୂଚନା । ଆଡିସିନାଲ୍‌ ସିକ୍ୟୁରିଟି ଡିପୋଜିଟ କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ଥିଲା, ଇଲେକ୍ଟ୍ରିସିଟି ଆକ୍ଟ ୨୦୦୩ ନିୟମରେ କରୁଛୁ । ଏହା ଏକ ରେଗୁଲେଟେଡ୍‌ ବିଜନେସ୍‌ ବୋଲି କହିଛନ୍ତି CEO ଅରବିନ୍ଦ ସିଂ । ଯେଉଁ ସିକ୍ୟୁରିଟି ଡିପୋଜିଟ୍‌ ନିଆଯାଉଛି ତାହା ଉପରେ କ୍ରେଡିଟ୍‌ ଇଣ୍ଟରେଷ୍ଟ ଦେଉଛୁ । ଯାହା ପୁରୁଣା ମିଟର ରିଡିଙ୍ଗ ନେଉଥିଲା, ସ୍ମାର୍ଟ ମିଟର ସମାନ ରିଡିଙ୍ଗ ନେଉଛି । ଅଧିକ ଟଙ୍କା ଆସିବା ଏକ ଭ୍ରମ, ସେମିତି କୌଣସି ସ୍ଥାନରେ ହେଉନି । ଯାହାର ଯଦି ବ୍ୟକ୍ତିଗତ ସମସ୍ୟା ଅଛି ଆମ ନିକଟକୁ ଆସି ଜଣାଇ ପାରିବେ ବୋଲି କହିଛନ୍ତି CEO ଅରବିନ୍ଦ ସିଂ ।

​​​​​​​ସୂଚନା ଥାଉକି, ବିଦ୍ୟୁତ୍ ସଂଯୋଗ ପାଇଁ ଅତିରିକ୍ତ ସୁରକ୍ଷା ଜମାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବିଦ୍ୟୁତ୍ ସମସ୍ୟା ନେଇ ଓଇଆରସିଙ୍କୁ ଭେଟିଥିଲା ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ । ଏନେଇ ମହାସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ନିକଟରେ ବିଦ୍ୟୁତ ବିତରଣ ସଂସ୍ଥା ଅତିରିକ୍ତ ସୁରକ୍ଷା ଜମାଟଙ୍କା ଆଦାୟ କରିବା ବାଧ୍ୟତାମୂଳକ କରିଥିଲା । ଯେଉଁମାନେ ଏହାକୁ ଧାର୍ଯ୍ୟ ସମୟ ମଧ୍ୟରେ ଦାଖଲ ନକରିବେ ସେମାନଙ୍କ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ ବୋଲି ମଧ୍ୟ ନୋଟିସ୍ ହୋଇଥିଲା ।