ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ

ଟାଙ୍ଗୀ / ରାକେଶ କୁମାର ଜଗଦେବ :  ଆଗାମୀ ସାଧାରଣ ନିର୍ବାଚନରେ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ତରଫରୁ ଖୋର୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜଣେ ସଭ୍ୟଙ୍କୁ ପ୍ରାର୍ଥୀ କରାଯିବା ପାଇଁ ସ୍ଥିର ହୋଇଥିବା ସୂଚନା ମିଳିଛି । ଖୋର୍ଧା ନିର୍ବାଚନ ମଣ୍ଡଳୀରେ ଟାଙ୍ଗୀ ବ୍ଲକର ସର୍ବାଧ‌ିକ ଭୋଟର ଥିବା ବେଳେ ଏହା ସବୁବେଳେ ଅବହେଳିତ ହୋଇରହିଛି । ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଳସେଚନ ଓ ନିଯୁକ୍ତି ସହିତ ଅଧିକାଶଂ  କ୍ଷେତ୍ରରେ ଏହି ବ୍ଲକ ତାର ଉଚିତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇ ଆସୁଛି । ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବଣ୍ଟନରେ ଏହି ବ୍ଲକର ବିଭିନ୍ନ ପଞ୍ଚାୟତ କୁ ଅପମାନଜନକ ଭାବେ ଅଣଦେଖା କରାଯାଉଛି । ତେଣୁ ଟାଙ୍ଗୀ ବ୍ଲକର ସ୍ଵାଭିମାନ ଓ ଏହାର ସାମୁହିକ ବିକାଶ ନିର୍ମିତ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଏପରି ନିଷ୍ପତି ଗ୍ରହଣ କରିଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ, ଏହି ସଂଘ ସମ୍ବାଦ ପରିବେଷଣ ସହିତ ଶିକ୍ଷା, ସାସ୍ଥ୍ୟ, ପଲିଥିନ ବର୍ଜନ, ସ୍ବଛଭାରତ ଅଭିଯାନ,ସଡକ ସୁରକ୍ଷା, ଚାରାରୋପଣ, ସାମାଜିକ ବନୀକରଣ,   ଚିଲିକା ସୁରକ୍ଷା, ବିଦେଶାତ ଅତିଥି ପକ୍ଷୀଙ୍କ ସୁରକ୍ଷା, ମହା ପୁରୁଷମାନଙ୍କ ସ୍ମୃତି ରକ୍ଷା, ମଦବିରୋଧୀ କାର୍ଯ୍ୟକ୍ରମ, ଅସମାନତା ବିରୋଧରେ ସ୍ବର ଉତୋଳନ, ମହିଳା ସଶକ୍ତିକରଣ ଇତ୍ୟାଦିରେ ପ୍ରମୁଖ ଭୂମିକା ଗ୍ରହଣ କରି ସମସ୍ତଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ନିମିତ୍ତ ଅବିଶ୍ରାନ୍ତ ଉଦ୍ୟମ ଜାରି ରଖିଛି । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଟାଂଗୀ ବ୍ଲକ ସାମ୍ବାଦିକ  ସଂଘକୁ ପ୍ରକୃତିମିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିବା ଘଟଣା ସରକାରଙ୍କ ଭିନ୍ନ ଏକ ପଦକ୍ଷେପ । ଟାଙ୍ଗୀ ବ୍ଲକର ସଚେତନ ଜନଗଣଙ୍କ ଆସ୍ଥା ଓ ବିଶ୍ବାସକୁ ଭିତି କରି ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ତରଫରୁ ବିଧାନ ସଭାର ପ୍ରାର୍ଥୀ ରୂପେ ପ୍ରତିଦ୍ବନ୍ଦିତା କରିବା ପାଇଁ ଆପାତତଃ ସ୍ଥିର ହୋଇଛି । ସଂଘର ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ସଚେତନ ଯୁବସମାଜ, ବୁଦ୍ଧିଜୀବୀ, ସମାଜସେବୀ, ବରିଷ୍ଠ ନାଗରିକ ସମେତ ସମସ୍ତ ରାଜନୈତିକ ଦଳକୁ ନିବେଦନ କରାଯାଇଛି ।