ଫେବୃଆରୀ ୧ରୁ ଖୋଲିବ ସ୍କୁଲ, କଲେଜ

କରୋନା ପାଇଁ ତାମିଲନାଡ଼ୁରେ ବନ୍ଦ ଥିବା ସ୍କୁଲ, କଲେଜ ଆସନ୍ତା ଫେବୃଆରୀ ୧ ରେ ଖୋଲିବ।

(ଚେନ୍ନାଇ) : ଖୁବଶୀଘ୍ର ଖୋଲିବ ସ୍କୁଲ ଓ କଲେଜ । କରୋନା ପାଇଁ ତାମିଲନାଡ଼ୁରେ ବନ୍ଦ ଥିବା ସ୍କୁଲ, କଲେଜ ଆସନ୍ତା ଫେବୃଆରୀ ୧ ରେ ଖୋଲିବ। ଆଜି ଏନେଇ ରାଜ୍ୟ ସରାକର ଘୋଷଣା କରିଛନ୍ତି। ତେବେ ଖେଳ ସ୍କୁଲ ଏବଂ ନର୍ସରୀ ବିଦ୍ୟାଳୟ ଉପରେ ପ୍ରତିବନ୍ଧକ ଜାରି ରହିବ। କିନ୍ତୁ ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜେସନକୁ ମାନିବାକୁ କୁହାଯାଇଛି।

ସୂଚନାନୁଯାୟୀ , କରୋନା ସଂକ୍ରମଣ ହ୍ରାସ ଘଟୁଥିବାରୁ ଆଂଶିକ କଟକଣା କୋହଳ କରାଯାଇଛି। ସେହିପରି ଆସନ୍ତା କାଲିଠାରୁ ନାଇଟ୍ କର୍ଫ୍ୟୁ ହଟିବ ବୋଲି ଘୋଷଣା କରାଯାଇଛି। ସେହିପରି ବିବାହ କାର୍ଯ୍ୟରେ ୧୦୦ ଜଣ ଏବଂ ଶବ ସଂସ୍କାର ବେଳେ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି। ରାଜ୍ୟରେ ସମସ୍ତ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାଜନୈତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ।