ତାମିଲ ଅଭିନେତା ତଥା ନିନେର୍ଧଶକ ମନୋଜ ଭାରତୀରାଜାଙ୍କ ପରଲୋକ

ମୁମ୍ବାଇ: ତାମିଲ ଅଭିନେତା ତଥା ନିନେର୍ଧଶକ ମନୋଜ ଭାରତୀରାଜାଙ୍କ ପରଲୋକ । ତେବେ ଗତକାଲି ଚେନ୍ନାଇର ଚେଟପେଟସ୍ଥିତ ନିଜ ବାସଭବନରେ ହୃଦଘାତରେ ପରଲୋକ ହୋଇଥିବା ସୂଚନା ରହିଛି । କିଛିଦିନ ତଳେ ତାଙ୍କର ହାର୍ଟ ବାଇପାସ ସର୍ଜରୀ ହୋଇଥିଲା ବୋଲି କୁହାଯାଉଛି ।


ସୂଚନା ଅନୁଯାୟୀ , ୧୯୯୯ ରେ ରିଲିଜ ହୋଇଥିବା ‘ତାଜମହଲ’ ଫିଲ୍ମରେ ସେ ତାଭ୍କ ଅଭିନୟ କ୍ୟାରିୟରର ଡେବୁୟ କରିଥିଲେ । ୨୦୦୬ନଭେମ୍ଭର ୧୯ରେ ମନୋଜ ତାମିଲ ଅଭିନେତ୍ରୀ ନନ୍ଦନାଙ୍କୁ ବିବାହ କରିଥିଲେ । ତାଙ୍କ ବିୟୋଗକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ. କେ.ଷ୍ଟାଲିନଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ମନୋଜ ହେଉଛନ୍ତି ଖ୍ୟାତିନାମା ଫିଲ୍ମ ନିର୍ମାତା ତଥା ଅଭିନେତା ଭାରତୀରାଜାଙ୍କ ପୁଅ ।