ବ୍ୟକ୍ତିଗତ ସଚିବଙ୍କ ଆରୋପକୁ ନେଇ ପାଲଟା ମୁଖ୍ୟମନ୍ତ୍ରୀଙ୍କ କୋର୍ଟକୁ ବଲ ଫିଙ୍ଗିଲେ ପ୍ରଦୀପ

ଭୁବନେଶ୍ୱର:ଓଡ଼ିଶା ବାସୀଙ୍କୁ ମୁଁ ପ୍ରଣାମ ଜଣାଉଛି । କାଲି ମୋ ସହିତ ଓଡ଼ିଶାର ଅନେକ ଲୋକ ଛିଡ଼ା ହୋଇଛନ୍ତି। ଓଡ଼ିଶାରେ ରାଜନୈତିକ ମାନସିକତାରେ ପରିବର୍ତ୍ତନ ଆସିଛି… କ୍ରୀତଦାସ ପ୍ରଥା ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି। ବିଜୁ ପଟ୍ଟନାୟକଙ୍କ ପୁଅଙ୍କ ନେତୃତ୍ୱରେ ଓଡ଼ିଶାରେ ରାଜନୈତିକ କ୍ରୀତଦାସ ବ୍ୟବସ୍ଥା ବଢିବା ପାଇଁ ଯାଉଛି। ରାଜ୍ୟରେ ବର୍ତ୍ତମାନ ରାଜନୈତିକ ପରିବର୍ତ୍ତନ ଆସିଛି। ରାଜନେତା ମାନେ କ୍ରୀତଦାସ ହେବା, କ୍ରୀତଦାସ ପ୍ରଥା ନେଇ ନିରବ ରହିବା, ସ୍ଥାଣୁ ହେବା ଓ ଅପଙ୍ଗ ହେବା ଓଡ଼ିଆ ସ୍ୱାଭିମାନ ଜାତି ଏକ ଅଭିଶାପ। କଳା ପାହାଡ଼ ମାନେ ଗଣତନ୍ତ୍ର କୁ କବଳିତ କରିବା ପାଇଁ ଯେଉଁ ଚେଷ୍ଟା କରୁଛନ୍ତି ତାକୁ ମୁଁ ନିନ୍ଦା କରୁଛି। ସମାଜର ସମସ୍ତ ବୁଦ୍ଧିଯିବି ଙ୍କୁ ଅନୁରୋଧ କରୁଛି ଯାହା ସତ ସମସ୍ତେ ସାମ୍ନା କୁ ଆସି କୁହନ୍ତୁ। ଏହି ବ୍ୟବସ୍ଥାକୁ ସଫଳ ହେବା ପାଇଁ ଦିଅନ୍ତୁ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ମୋର କହିବା ପାଇଁ ଇଚ୍ଛା ବି ନାହିଁ । କିନ୍ତୁ ବିଜୁ ପଟ୍ଟନାୟକଙ୍କ ପୁଅ ନିରବ ବସିବ ଶାସନ ଆଉ କିଏ ଚଳାଇବ। ତାଙ୍କ ଭଉଣୀ ଓ ଭାଇ ଦିଲ୍ଲୀରେ ବସିବେ। ବିଜୁ ପଟ୍ଟନାୟକଙ୍କ ପରିବାରର ପ୍ରତି ଅପମାନ ହେବ ତାକୁ ଆମେ କେମିତି ସହିବୁ। ଜଣେ ଦୁର୍ଦ୍ଦଶ ବ୍ୟକ୍ତିର ପୁଅ ନିରବ ରହି ସବୁ ଦେଖିବେ ଆଶ୍ଚର୍ୟ୍ୟ ଲାଗୁଛି । ମାତ୍ର ମାନିଲି ହେ ଭି କେ ପଣ୍ଡିଆନ ଗୋଟେ ଅଫିସର ଓଡିଶାଟାକୁ କାବା କରିଦେବ ବୋଲି ଭାବୁଛି ଓଡ଼ିଆ ଲୋକ ସବୁ ସରଳ ଅଛନ୍ତି ବୋଲି ଯାହା କହିବ ତାହା ହୋଇଯିବ ବୋଲି ଭାବୁଛି କି ?
ପୂର୍ଣ୍ଣ ସ୍ୱାଇଁଙ୍କର ବାପା କୋଭିଡ ରେ ଆକ୍ରାନ୍ତ ହାଇଥିଲେ ମଧ୍ୟ ୨୪ ଘଣ୍ଟା ପର୍ୟ୍ୟନ୍ତ ବେଡ଼ ଗୋଟେ ମିଳିଲାନି । ମୁଁ ମୁଖ୍ୟମନ୍ତ୍ରୀ ଙ୍କୁ କହିଥିଲି । ତାହା କହିବା କଣ ମୋ ଭୁଲ । ମୁଁ ସେବେ କହିଥିଲି ସାର୍ ଆପଣଙ୍କ ବ୍ୟକ୍ତିଗତ ସଚିବ ମିଶଲିଡ଼ କରାଉଛନ୍ତି । ସେ ମୋ ଉପରେ କମାଣ୍ଡ କରିବାକୁ ଚେଷ୍ଟା କରୁଛନ୍ତି । ମୁଁ ସେଠି ବି କହିଥିଲି ଯଦି ଏଥିରେ ମୋର କିଛି ରୋଲ ନାହିଁ ତେବେ ମୁଁ ବର୍ତ୍ତମାନ ବି ଇସ୍ତଫା ଦେବା ପାଇଁ ରାଜି । କୋଭିଡ ପିରିୟଡ଼ରେ ମୁଁ ଯେତିକି ମେଲ ଦେଇଛି ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ଯେତିକି କଲ କରିଛି ତାହାକୁ ଦେଖାନ୍ତୁ । ମୁଁ କଣ ମେଲ ରେ ଲେଖିଥିଲି ତାହା ଦେଖାନ୍ତୁ । ବାହାରୁ ଟ୍ରେନ ଓ ବସ ଆସିବା ପାଇଁ ହାଇକୋର୍ଟ ଦ୍ୱାରା କିଏ ବନ୍ଦ କରାଇଥିଲେ । ମୋତେ କାଲି ଅଣ୍ଡା ମରା ହେଲା ୩୦୭ କାହା ଉପରେ ଲାଗିଲା ନାହିଁ କାହିଁକି ।
ମୁଖ୍ୟମନ୍ତ୍ରୀଙ୍କର ଯଦି ସାହାସ ଅଛି ତାଙ୍କ ବ୍ୟକ୍ତିଗତ ସଚିବ ଯେଉଁ କଥା କହିଛନ୍ତି ତାହାର ଉତ୍ତର ରଖନ୍ତୁ । କଣ ଠିକ କଣ ଭୁଲ । ଯଦି ମୁଖ୍ୟମନ୍ତ୍ରୀ ସତ କଣ କହିବେ ତେବେ ମୁଁ ଜାଣିବି ସେ ଜଣେ ସଚୋଟ ଓ ନିଷ୍ଠା ଏବଂ ଓଡ଼ିଶାବାସୀ ଙ୍କ ପ୍ରତି ତାଙ୍କର ଗୋଟେ ଦାୟିତ୍ୱ ବୋଧତା ଅଛି । ଜଣେ ସଚିବ ଜଣେ ଷ୍ଟାଣ୍ଡିଂ ଜନପ୍ରତିନିଧି ଉପରେ ଆରୋପ ଦେଉଛନ୍ତି । ବିଧାୟକଙ୍କ ବିଷୟରେ ବ୍ୟକ୍ତିଗତ ସଚିବ କହିବେ କେମିତି । ଯେତେ ଶୂନ୍ୟ ମିଶିଲେ ବି ପ୍ରଦୀପ ପାଣିଗ୍ରାହୀର କିଛି କରି ପାରିବେନି । ସମସ୍ତେ ଶୂନ୍ୟ ପ୍ରଦୀପ ପାଣିଗ୍ରାହୀ ୧ ନମ୍ବର । ମୁଖ୍ୟମନ୍ତ୍ରୀ ସମ୍ବିଧାନ ଉପରେ ନୁହଁନ୍ତି । ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବଙ୍କୁ ପଠାଇଛନ୍ତି ବୋଲି କହିବା ଭୁଲ । ସେ କେବେ ବି ନିଜ ବ୍ୟକ୍ତିଗତ ସଚିବ କୁ ଜନ ଶୁଣାଣି କରିବା ପାଇଁ ପଠାଇ ପାରିବେ ନାହିଁ ।କୁଆଡ଼େ ଗଲେ କ୍ୟାବିନେଟର ସବୁ ମନ୍ତ୍ରୀ । ସଚିବ ମାନେ ଯିବା ଅର୍ଥ ବିଭାଗୀୟ ସଚିବ ତାହା ଅର୍ଥ ନୁହେଁ ସିଏମଓ ଯିବନି । ସିଏମଓ ଅଫିସର ମୁଖ୍ୟ ମୁଖ୍ୟମନ୍ତ୍ରୀ । ବିଭାଗୀୟ ସଚିବ ଗଲେ ବିଭାଗୀୟ ନିର୍ଦ୍ଦେଶ ଯିବ । କିନ୍ତୁ ପଣ୍ଡିଆନ ଗଲେ କାହାକୁ ଜଣା ଯାଉଛି ।