ଖୁବଶୀଘ୍ର ଖୋଲିବ ତାଜମହଲରେ ବନ୍ଦ ଥିବା ୨୨ଟି କଠୋରୀ !

ଖୋଲିବ ତାଜମହରରେ ଥିବା ୨୨ଟି କଠୋରୀର ରହସ୍ୟ ।

(ଆଗ୍ରା) : ଖୋଲିବ ତାଜମହରରେ ଥିବା ୨୨ଟି କଠୋରୀର ରହସ୍ୟ । ତାଜମହଲରେ ବର୍ଷବର୍ଷ ଧରି ବନ୍ଦ ପଡ଼ିରହିଥିବା ରହସ୍ୟମୟ ୨୨ଟି କୋଠରି ଖୋଲିବାକୁ ଆବେଦନ କରି ଆହ୍ଲାବାଦ ହାଇକୋର୍ଟର୍ରେ ଏକ ପିଟିସନ ଦାୟର ହୋଇଛି ।

ତେବେ ଏହି ୨୨ଟି କୋଠରି ଭିତରେ ହିନ୍ଦୁ ଦେବାଦେବୀଙ୍କର ମୂର୍ତ୍ତି ଥିବା ସନ୍ଦେହ କରାଯାଉଛି । ଏଣୁ କୋଠରି ଖୋଲିଲେ ଏହି ମୂର୍ତ୍ତି ସମ୍ବନ୍ଧିତ ରହସ୍ୟ ଉନ୍ମୋଚନ ହୋଇପାରିବ । ଏହି କୋଠରି ମଧ୍ୟରେ ଶିବ ମନ୍ଦିର ରହିଥିବା ମଧ୍ୟ ବିଭିନ୍ନ ଐତିହାସିକ ଦାବି କରୁଛନ୍ତି ।

ସୂଚନାନୁଯାୟୀ , ଆସନ୍ତା ମଙ୍ଗଳବାର ଏହି ପିଟିସନର ଶୁଣାଣି ହେବ । ଏହା ବ୍ୟତୀତ ତାଜମହଲ ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ(ତଥ୍ୟ ସନ୍ଧାନ) କମିଟି ଗଠନ କରିବାକୁ ମଧ୍ୟ ଆବେଦନ କରାଯାଇଛି । ତାଜମହଲ ପ୍ରକୃତରେ ତେଜୋ ମହାଳୟ ଏବଂ ଏଠାରେ ପୂର୍ବରୁ ଶିବଙ୍କର ଉପାସନା କରାଯାଉଥିଲା ବୋଲି ଜଗତଗୁରୁ ପରମହଂସାଚାର୍ଯ୍ୟ ମଧ୍ୟ ଦାବି କରିଛନ୍ତି ।