ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ତାଇୱାନ ରାଜଧାନୀ ତାଇପେଇ । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୭ .୪ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ହୁଆଲିନ ସହର ହୋଇଥିବା କୁହାଯାଉଛି । ଏକାଧିକ ସ୍ଥାନରେ ବଡ ଅଟ୍ଟାଳିକା କ୍ଷତିଗ୍ରସ୍ତା ହୋଇଥିବା ସୂଚନା ରହିଛି । ଜୋରସୋରରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଜାପାନରେ ସୁନାମୀ ଆଲର୍ଟ ଜାରି ହୋଇଛି ।
ଏହି ଭୂକମ୍ପଟି ପ୍ରାୟ ୧୦ ମିନିଟ ବ୍ୟବଧାନରେ ୨ଥର ଝଟକା ଅନୁଭୂତ ହୋଇଥିବା ବେଳେ ପ୍ରଥମ ଝଟକାଟି ସକାଳ ୬ଟା୮ ମିନିଟରେ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରେକ୍ଟର ସ୍କେଲରେ ୪.୫ ରହିଥିଲା । ଏହାପରେ ୨ୟ ଝଟକାଟି ୬ଟା ୧୯ ମିନିଟରେ ଅନୁଭୂତ ହୋଇଥିବା ବେଳେ ତାହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି । ଫଳରେ ଲୋକମାନେ ଭୟଭତତ ଯୋଇ ଯାଇଛନ୍ତି । ଏନେଇ ଏକ୍ସ ଜରିଆରେ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଦେଇଛି ।