ଆସନ୍ତାବର୍ଷ ବିଶ୍ୱରେ ଦେଖାଦେବ ସିରିଞ୍ଜ ସମସ୍ୟା

ନୂଆଦିଲ୍ଲୀ: ଆସନ୍ତାବର୍ଷ ବିଶ୍ୱରେ ଦେଖାଦେଇପାରେ ସିରିଞ୍ଜ ଅଭାବ । ଆସନ୍ତାବର୍ଷ ବିଶ୍ୱରେ ପ୍ରାୟ ୨୦୦ କୋଟି ସିରିଞ୍ଜ ଆବଶ୍ୟକତା ଥିବା ବେଳେ , ସେହି ପରିମାଣର ସିରିଞ୍ଜ ଉତ୍ପାଦିତ ହେବାର ସମ୍ଭାବନା ନାହିଁ ବୋଲି ଆଶଙ୍କା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହା ଯୋଗୁ ଟିକା ଦାନ ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ହେବ ବୋଲି କହିଛି ଡ଼ବ୍ଲୁଏଚଓ । ସଂଗଠନର ବରିଷ୍ଠ ପରାମର୍ଶଦାତା ଲିସା ହେଡ଼ମ୍ୟାନ କହିଛନ୍ତି ବିଶ୍ୱରେ ଟିକା ଉତ୍ପାଦନ ପ୍ରକ୍ରିୟା ବଢ଼ିଥିବାବେଳେ ସେହି ଅନୁପାତରେ ସିରିଞ୍ଜି ଉତ୍ପାଦନ ବଢ଼ିନାହିଁ । ଟିକା ଅନୁସାରେ ସିରିଞ୍ଜ ଉତ୍ପାଦନ ମଧ୍ୟ ବଢ଼ାଇବା ଦରକାର ବୋଲି ସେ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୭୨୫ କୋଟି କୋଭିଡ଼ ଟିକା ଦିଆଗଲାଣି । ଜନସଂଖ୍ୟା ବଢ଼ିବା ସହ କୋଭିଡ଼ ଡ଼ୋଜ ବଢ଼ୁଥିବା ବେଳେ ସେହି ଅନୁପାତରେ ସିରିଞ୍ଜ ସଂଖ୍ୟା ମଧ୍ୟ ବଢ଼ିବ । ପୁଣି ପିଲାଙ୍କୁ ଟିକାଦାନ ପ୍ରକ୍ରିୟା ଚାଲିଥିବାରୁ ସିରିଞ୍ଜର ବ୍ୟାପକ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।