ସିରିଆରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ରାଷ୍ଟ୍ରପତିଙ୍କୁ ବିରୋଧ କରି ବିଦ୍ରୋହୀ ସେନା ଗୋଟିଏ ପରେ ଗୋଟିଏ ସହରକୁ ଦଖଲ କରି ଚାଲିଛନ୍ତି। ୪ଟି ସହରକୁ ସମ୍ପୂର୍ଣ୍ଣ ଅକ୍ତିଆରକୁ ନେବା ପରେ ଏବେ ସିରିଆ ରାଜଧାନୀ ଦାମସକସକୁ ବି ଦଖଲ କରିଛନ୍ତି। ବିଭିନ୍ନ ସ୍ଥାନରେ ଗୋଳା ବାରୁଦ ଫୁଟୁଛି। ରାଜଧାନୀ ଦାମସ୍କସକୁ ବିଦ୍ରୋହୀ ମାନେ କବ୍ଜାକୁ ନେବା ପରେ ଭୟରେ ଦେଶ ଛାହି ପଳାୟନ କରୁଥିଲେ ରାଷ୍ଟ୍ରପତି। ଏକ ସ୍ବତନ୍ତ୍ର ବିମାନରେ କୌଣସି ଅଜ୍ଞାତ ସ୍ଥାନକୁ ବସର ଅଲ୍ ଅସଦ୍ ଚାଲିଯାଉଥିବା ବେଳେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାଷ୍ଟ୍ରପତିଙ୍କ ବିମାନ ଉଡ଼ାଣର କିଛି ସମୟ ପରେ ରାଡାରରୁ ଅଦୃଶ୍ୟ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ସୂଚନା ଅନୁସାରେ ତାଙ୍କ ବିମାନଟି ଆକାଶଠାରୁ ୫୦୦ ମିଟର ଦୂରତାରେ କ୍ରାଶ ହୋଇଥିଲା । କ୍ରାଶ ପୂର୍ବରୁ ବିମାନଟି ରଡାରରୁ ଗାୟବ ହୋଇଯାଇଥିଲା । ବସର ଅଲ୍ ଅସଦ୍ ନିଜ ପରିବାର ସହ ଦେଶ ଛାଡି ପଳାୟନ କରିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଏହି ବିମାନ ଦୁର୍ଘଟଣା ପଛରେ ବିଦ୍ରୋହୀ ମାନଙ୍କ ହାତ ଥିବା ସନ୍ଦେହ କରାଯାଉଛି ।