ରାଜଗାଙ୍ଗପୁର, (ଅଟଳ ବିହାରୀ ପଣ୍ଡା) ରାଜଗାଙ୍ଗପୁର ପୌରପାଳିକାର ୧ ନଂ ୱାର୍ଡ ର ବିଜେଡି କାଉନସିଲର କୌଶଳ ସିଂଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ଦର୍ଶାଯାଇଛି। କିଛି ଦିନ ପୂର୍ବେ ପୌରାଧ୍ୟକ୍ଷା ଓ ବିଜେଡି କାଉନସିଲରମାନେ ଉପାଧ୍ୟକ୍ଷଙ୍କ ବିରୋଧରେ ଶଙ୍ଖଭବନରେ ଫେରାଦ ହୋଇଥିଲେ। ଆଜି ବିଜେଡିର ଉପସଭାପତି ପ୍ରତାପ ଜେନା ବିଜେଡି କାଉନସିଲର କୌଶଳ ସିଂ ଙ୍କୁ ଦଳ ବିରୋଧୀ କାର୍ଯ୍ୟ କରୁଥିବାରୁ ନିଲମ୍ବିତ କରିଛନ୍ତି ।