ଭୁବନେଶ୍ଵର: ପୁଣି ସୋସିଆଲ ମିଡିଆ ଜରିଆରେ ରୋଷ ଝାଡ଼ିଲେ ଶ୍ରୀମୟୀ ମିଶ୍ର । ନବୀନ ବାବୁଙ୍କୁ କେବଳ ଦଳର ସଭାପତି ଭାବିନଥିଲି, ବାପା ଭାବୁଥିଲି । ମୋ ପ୍ରତି ଅପଶବ୍ଦ ପ୍ରୟୋଗ ନେଇ ନବୀନ ନିବାସ ଯାଇ ଜଣାଇଥିଲି । ଦଳର ସଭାପତି ସବୁ ଶୁଣିଲା ପରେ କହିଲେ ରାଜନୀତିରେ ଏପରି ଘଟେ । ଏହି ଘଟଣା ହିଁ ମୋ ଜୀବନର ଟର୍ଣ୍ଣିଂ ପଏଣ୍ଟ ପାଲଟିଗଲା । ମତେ ଲାଗିଲା ସତରେ କ’ଣ ମୋ ବାପାଙ୍କ ସାମ୍ନାରେ ମୋର କିଛି ମହତ୍ତ୍ଵ ନାହିଁ । ସେତେବେଳେ ଦଳର ଆଗଧାଡ଼ିର ନାରୀ ନେତ୍ରୀ ସ୍ବାର୍ଥ ଦୃଷ୍ଟିରୁ ଚୁପ ରହିଲେ ।

ଫେସ୍ବୁକ୍ରେ ପୋଷ୍ଟ କରି ଶ୍ରୀମୟୀ ଆହୁରି କହିଛନ୍ତି,”ଯେତେବେଳେ ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ୍ ଦେଉ, ଆମେ ଏକ ଭୋଟର ଆଇଡି ଏବଂ ଏକ ଏପିକ୍ ନମ୍ବର ଆବଶ୍ୟକ କରୁ । ସେହିପରି, ଦଳର ସଭାପତିଙ୍କ ପାଇଁ ଭୋଟ୍ ଦେବାକୁ ହେଲେ ଦଳର ସଦସ୍ୟମାନଙ୍କର ଏକ ଅନନ୍ୟ ସଦସ୍ୟତା ନମ୍ବର ଥିବା ଉଚିତ୍ । ଯଦି ସେହି ଅନନ୍ୟ ନମ୍ବର ସଦସ୍ୟଙ୍କ ପାଖରେ ନାହିଁ, ତେବେ ଏହାର ଅର୍ଥ ଦଳ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା । ଏହା ଗଣତନ୍ତ୍ରର ଅପମାନ ।”