୪୯ ବର୍ଷ ବୟସରେ ବାହା ହେବେ ସୁସ୍ମିତା !

ବାହା ହେବେ ମିସ ୟୁନିଭର୍ସ । ୪୯ ବର୍ଷ ବୟସରେ ବାହା ହେବାକୁ ମନ ବଳାଇଛନ୍ତି ସୁସ୍ମିତା । ହେଲେ  କାହାକୁ ସୁସ୍ମିତା ବିବାହ କରିବେ ତାହା ଜଣାନାହିଁ।  ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ କିଏ ବା ନ ଜାଣିଛି । କମ ବୟସରେ ଅର୍ଥାତ୍  ୧୯୯୪ ମସିହାରେ ମିସ ୟୁନିଭର୍ସ ଟାଇଟଲ ଜିତି ନିଜକୁ ଏବଂ ଦେଶକୁ ସେ ଗୌରବାନ୍ୱିତ କରିଥିଲେ।  ବର୍ତ୍ତମାନ ଏହି ଅଭିନେତ୍ରୀଙ୍କ ଜଣକ ବିବାହ କରିବାକୁ ମନ ବଳାଇଛନ୍ତି । ଯାହାକୁ ନେଇ ସୁସ୍ମିତା ତାଙ୍କ ଇନଷ୍ଟାଗ୍ରାମରେ କହିଥିଲେ।

ସୁସ୍ମିତା ତାଙ୍କ ପ୍ରଶଂସକମାନଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ବିବାହ ଯୋଜନା ବିଷୟରେ ମଧ୍ୟ କହିଥିଲେ। ଯେତେବେଳେ ଅଭିନେତ୍ରୀଙ୍କୁ ତାଙ୍କର  ଜଣେ ପ୍ରଶଂସକ  କହିଥିଲେ ଯେ ସେ ବିବାହ କରିବାକୁ ଚାହୁଁଛନ୍ତି କି ?  ଆଉ ସେ କହିଥିଲେ, ବିବାହ ପାଇଁ ଜଣେ ଉପଯୁକ୍ତ ପାତ୍ର ଆବଶ୍ୟକ ହୋଇଥାଏ। ତା’ହେଲେ ଯାଇ ସିନା ବିବାହ ହେବ। ବିବାହକୁ ନେଇ ଅଭିନେତ୍ରୀଙ୍କ ଏଭଳି ବୟାନ ପରେ, ପ୍ରଶଂସକମାନେ ଅନୁଭବ କରୁଛନ୍ତି ଯେ ସୁନ୍ଦରୀ ତାଙ୍କ ଜୀବନସାଥୀଙ୍କୁ ଅପେକ୍ଷା କରିଛନ୍ତି।