‘ସୂର୍ୟ୍ୟ କିରଣ’ ବିମାନ ଦୁର୍ଘଟଣାଗ୍ରସ୍ତ : ୨ ପାଇଲଟ୍ ସୁରକ୍ଷିତ ଉଦ୍ଧାର

ନୂଆଦିଲ୍ଲୀ: ‘ସୂର୍ୟ୍ୟ କିରଣ’ ବିମାନ ଦୁର୍ଘଟଣାଗ୍ରସ୍ତ । ‘ଏଏନ୍ଆଇ’ ରିପୋର୍ଟ ଅନୁଯାଇ ଆଜି କର୍ଣ୍ଣାଟକର ଚାମରାଜନଗର ଅନ୍ତର୍ଗତ ବୋଗପୁର ଗାଁ ନିକଟରେ ଭାରତୀୟ ବାୟୁସେନାର ଗୋଟାଏ ‘ସୂର୍ୟ୍ୟ କିରଣ’ ବିମାନ ଦୁର୍ଘଟଣାଗ୍ରସ୍ତ । ତାଲିମ୍ ପାଇଁ ଉଦ୍ଦିଷ୍ଟ ଏହି ବିମାନଟି ସବୁ ଦିନ ଭଳି ଆଜି ମଧ୍ୟ ସ୍ବଳ୍ପ ଦୂରତ୍ବ ତାଲିମ ଉଡ଼ାଣରେ ନିୟୋଜିତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡ଼ିବା ଆଗରୁ ଜଣେ ମହିଳା ପାଇଲଟ୍ଙ୍କ ସମେତ ୨ଜଣ ପାଇଲଟ୍ ବିମାନରୁ ବାହାରି ରକ୍ଷା ପାଇଯାଇଛନ୍ତି। ଦୁର୍ଘଟଣାର କାରଣ ଜାଣିବା ଲାଗି ‘କୋର୍ଟ ଅଫ୍ ଇନ୍କ୍ବାରି’ ଆଦେଶ ଦିଆଯାଇଛି। ସୂଚନା ଅନୁଯାଇ ସୋଭିଏତ୍ ଦେଶ ଅମଳରେ ନିର୍ମିତ ‘ମିଗ୍’ ବିମାନ ସବୁ ଭାରତୀୟ ବାୟୁସେନାରେ ସାମିଲ କରାଯିବାଠାରୁ ପ୍ରାୟ ୪୦୦ ଦୁର୍ଘଟଣାର ସମ୍ମୁଖୀନ ହେଲେଣି। ଏହାର ତଦନ୍ତ ନିମନ୍ତେ ବାୟୁସେନାରେ ଥିବା ସମସ୍ତ ‘ମିଗ୍’ ବିମାନ ଉଡ଼ାଣ ବନ୍ଦ କରାଯାଇଛି।