ମନି ଲଣ୍ଡରିଂ ମାମଲା; ସୁରେଶ ରାଇନା ଓ ଶିଖର ଧାୱନଙ୍କ ସମ୍ପତ୍ତି ଆଟାଚ୍

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ସୁରେଶ ରାଇନା ଓ ଶିଖର ଧାୱନଙ୍କ ସମ୍ପତ୍ତି ଆଟାଚ୍ କଲା ଇଡି । 1xbet ଆପରେ ମନି ଲଣ୍ଡରିଂ ପାଇଁ କାର୍ଯ୍ୟାନୁଷ୍ଠାନ । ସୁରେଶ ରାଇନାଙ୍କ ମ୍ୟୁଚୁଆଲ ଫଣ୍ଡରେ ଥିବା ୬.୫ କୋଟି ଆଟାଚ । ସେହିପରି ଶିଖର ଧାୱନଙ୍କର ୪.୫ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଆଟାଚ । ୧୦୦୦ କୋଟି ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛି ଇଡି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏକ କଥିତ ବେଆଇନ ଅନଲାଇନ୍ ବେଟିଂ ଆପ୍ ସହ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ତଦନ୍ତକୁ ବିସ୍ତାର କରିଛି । ପୂର୍ବରୁ  କ୍ରିକେଟର ଯୁବରାଜ ସିଂହ, ରାଇନା, ଅଭିନେତା ସୋନୁ ସୁଦଙ୍କ ପରି ଅନେକ ସେଲିବ୍ରିଟିଙ୍କୁ ପଚରାଉଚରା କରିଥିଲା । 1XBet ନାମକ ପ୍ଲାଟଫର୍ମ ସହିତ ଜଡିତ ଏକ ମାମଲାରେ ଦିଲ୍ଲୀରେ ଏଜେନ୍ସିର ମୁଖ୍ୟାଳୟରେ ତଦନ୍ତ ୟୁନିଟ୍ ସମ୍ମୁଖରେ ହାଜର ହେବାକୁ ଏବଂ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ସେମାନଙ୍କର ବୟାନ ରେକର୍ଡ କରିବାକୁ କୁହାଯାଇଥିଲା ।