ନୂଆଦିଲ୍ଲୀ: NEET ପରୀକ୍ଷା ମାମଲାରେ NTAକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏହାଦ୍ବାରା ପରୀକ୍ଷାର ପବିତ୍ରତା ନଷ୍ଟ ହୋଇଛି । ଏଭଳି କ୍ଷେତ୍ରରେ ଏନଟିଏକୁ ଜବାବ ଦେବା ଉଚିତ । କାଉନ୍ସେଲିଂରେ ରହିତାଦେଶ ଲଗାଇବା ପାଇଁ ମନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ରେ ହେବ । ନିଟ୍ ପରୀକ୍ଷାରେ ପୂର୍ବରୁ ଅନିୟମିତତା ହୋଇଥିବା ନେଇ ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଥିଲେ ଆବେଦନକାରୀ । ପରୀକ୍ଷାକୁ ରଦ୍ଦ କରିବା ପାଇଁ ଯାଚିକାରେ ଆବେଦନ କରାଯାଇଥିଲା । ଏହି ପରୀକ୍ଷାରେ ଅନିୟମିତତାକୁ ନେଇ ସୋମବାର ଦିନ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିଥିଲେ । ପୂର୍ବରୁ ନିଟ ନେଇ ହୋଇଥିବା ଅନିୟମିତତା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ବୋଲି କହିଥିଲେ ଏନଟିଏ ଡିଜି ସୁବୋଧ କୁମାର ସିଂହ। ଗତ ମେ ୫ ରେ ନିଟ୍ ହୋଇଥିଲା। ଏଥିରେ ଜାଲିଆତି ହୋଇଥିବା ଅଭିଯୋଗ କରି ଆଉ ଥରେ ନିଟ୍ ପରୀକ୍ଷା କରାଇବାକୁ କେତେକ ଦାବି କରିଥିଲେ। କିନ୍ତୁ ପରୀକ୍ଷାରେ କୌଣସି ଜାଲିଆତି ହୋଇନାହିଁ କିମ୍ବା ପ୍ରଶ୍ନପତ୍ର ଲିକ୍ ହୋଇନାହିଁ ବୋଲି ଏନଟିଏ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।