ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୧ ଜୁନ୍ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ :ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୧ ଜୁନ୍ ପର୍ୟ୍ୟନ୍ତ ଅନ୍ତରୀଣ ଜାମିନ ଦେଇଛନ୍ତି । ତା ପରଦିନ ଅର୍ଥାତ ଜୁନ ୨ ରେ ପୁଣି ଥରେ ସରେଣ୍ଡର କରିବାକୁ ପଡିବ । ଇଡି କୋର୍ଟ ଅନ୍ତରୀଣ ଜାମିନକୁ ବିରୋଧ କରିଥିଲା କିନ୍ତୁ ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କେଜ୍ରିୱାଲଙ୍କ ସପକ୍ଷରେ ରାୟ ଶୁଣାଇ ଅନ୍ତରୀଣ ଜାମିନ ଦେଇଛନ୍ତି । ଜାମିନ ମିଳିବା ପରେ କେଜ୍ରିୱାଲ ଜେଲରୁ ବାହାରକୁ ଆସିବେ । ଏହା ପରେ ସେ ନିର୍ବାଚନ ପ୍ରଚାରରେ ସାମିଲ ହୋଇପାରିବେ । ସୁପ୍ରିମକୋର୍ଟ ଏହା ପୂର୍ବରୁ ଶୁଣାଣି ବେଳେ କହିଥିଲେ ଯେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏବଂ ପେଶାଦାର ଅପରାଧ ନୁହନ୍ତି । କୋର୍ଟ କହିଥିଲେ ଯେ ଲୋକସଭା ନିର୍ବାଚନ ପାଞ୍ଚ ବର୍ଷ ପରେ ହୋଇଥାଏ, ଏଥିପାଇଁ କେଜ୍ରିୱାଲଙ୍କୁ ଜାମିନ ଦେବା ପାଇଁ କୌଣସି ଆପତ୍ତି ନାହିଁ । ଇଡି କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନକୁ ଜୋରନାର ବିରୋଧ କରିଥିଲା । ସର୍ବୋଚ୍ଚ ଅଦାଲତ ମାମଲାରେ କେଜ୍ରିୱାଲଙ୍କ ଗିରଫଦାରୀକୁ ବଜାୟ ରଖିବା ନେଇ ଦିଲ୍ଲୀ ହାଇକୋର୍ଟଙ୍କ ପୂର୍ବ ରାୟକୁ ଚ୍ୟାଲେଞ୍ଜ ଦେଇଥିବା ଯାଚିକା ଉପରେ ଶୁଣାଣି କରିଥିଲେ । କୋର୍ଟ କହିଥିଲେ ଯେ ଏହି ମାମଲାରେ ଶୁଣାଣିରେ ସମୟ ଲାଗିବ ଏବଂ ଏପରି ସ୍ଥିତିରେ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦିଆଜିବ ।
ସୂଚନା ଅନୁଯାୟୀ, ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କଥିତ ମନିଂ ଲଣ୍ଡ୍ରିଂ ମାମଲାରେ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ ଗିରଫ କରାଯାଇଥିଲା ।