ପୁରୀ: ଭିଜିଲାନ୍ସ ଜାଲରେ ଫସିଛନ୍ତି ଡିଆଇସି ଅଫିସର ସୁପର ଭାଇଜର। ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗର ସୁପର ଭାଇଜର ନାରାୟଣ ପଟ୍ଟନାୟକ, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ ଟିମ୍ । ରତ୍ନାକର ସାହୁଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ସେ ଗିରଫ ହୋଇଛନ୍ତି ।
ସୂଚନା ଅନୁଯାୟୀ, ପୁରୀ DIC ଅଫିସରେ ଖଦି ଓ ଗ୍ରାମ ଉଦ୍ୟୋଗ ବିଭାଗର ସୁପରଭାଇଜର ଭାବେ କାର୍ଯ୍ୟରତ ନାରାୟଣ ପଟ୍ଟନାୟକ । ସେ ଆଜି ରତ୍ନାକର ସାହୁଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସବସିଡ୍ ଟଙ୍କା ରିଲିଜ୍ ପାଇଁ ଲାଞ୍ଚ ନେଉଥିବା ବେଳେ, ତାଙ୍କୁ ଗିରଫ କରାଯାଇଛି । ସମସ୍ତ ଟଙ୍କାକୁ ସିଜ୍ କରାଯାଇଥିବାବେଳେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ।