ଚେନ୍ନାଇ: ହସ୍ପିଟାଲରେ ସୁପରଷ୍ଟାର ରଜନୀକାନ୍ତ । ଗତକାଲି ତାଙ୍କୁ ଚେନ୍ନାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ରୁଟିନ ଚେକଅପ ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ଜଣାପଡ଼ିଛି । ରଜନୀକାନ୍ତଙ୍କ ପବ୍ଲିସିଟି ରିଆଜ କେ ଅହମଦଙ୍କ କହିବା ମୁତାବକ, ଗୁରୁବାର ଅପରାହ୍ନ ୪.୩୦ରେ ରଜନୀକାନ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା । ଏହା ତାଙ୍କର ନିୟମିତ କରାଯାଇଥାଏ । କିଛି ଦିନ ତଳେ ରଜନୀକାନ୍ତ ଫାଲେକ ପୁରସ୍କାର ଗ୍ରହଣ କରିବାକୁ ଦିଲ୍ଲୀରେରହିଥିଲେ । ଏହି ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।