ସୁପରପାଓ୍ୱାର ଋଷ ଓ ଚୀନ

ନୂଆଦିଲ୍ଲୀ: ୟୁକ୍ରେନ ପ୍ରସଂଗରେ ଆଜି ବିଧିବଦ୍ଧ ହାତ ମିଳାଇବେ ଦୁଇ ସୁପରପାଓ୍ୱାର ଋଷ ଚୀନ ଆମେରିକାକୁ ଟକ୍କର ଦେବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସଂକଟ ପରଠାରୁ ପ୍ରଥମଥର ଲାଗି ବେଜିଂରେ ଖୋଲାଖୋଲି ହାତ ମିଳାଇବେ ଦୁଇ ଟପ୍ ଲିଡର ନିରାପତ୍ତା ଅନ୍ୟାନ୍ୟ ପ୍ରସଙ୍ଗରେ ଜିନପିଙ୍ଗ ପୁଟିନ ଜାରି କରିବେ ନୂଆ ଘୋଷଣାନାମା ଏହି ଘୋଷଣାନାମା ପରେ ଉଭୟେ ଅଲିମ୍ପିକ ଉଦଘାଟନୀ ଉତ୍ସବରେ ସାମିଲ ହେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଲିମ୍ପିକ ଉତ୍ସବରେ ଯୋଗଦେବା କ୍ଷେତ୍ରରେ ପ୍ରଥମ ବୈଦେଶିକ ନେତା ହେଉଛନ୍ତି ପୁଟିନ୍ ନିଜର ନିକଟତମ ବନ୍ଧୁ ବୋଲି ଜିନପଙ୍ଗଙ୍କୁ ସମ୍ବୋଧନ କରି ପୁଟିନ କହିଛନ୍ତି ଦୁଇ ରାଷ୍ଟ୍ର ମଧ୍ୟରେ ଏହି ସମ୍ପର୍କ ଏକ ଆଦର୍ଶଗତ ପ୍ରତିଫଳନ ସେପଟେ ଋଷ ବିରୋଧରେ ଲଢିବା ଲାଗି କ୍ରୋଏସିଆକୁ ଆମେରିକା ଯୋଗାଇଛି ଦୁଇ ଶକ୍ତିଶାଳୀ ୟୁଏଚ୍‌-୬୦ଏମ୍‌ ବ୍ଲାକ ହକ୍ ମିଲିଟାରୀ ହେଲିକପ୍ଟର ଫଳରେ ୟୁରୋପରେ ଖୋଲାଖୋଲି ଆରମ୍ଭ ହୋଇଛି ଆର୍ମସ ରେସ୍ ଏହି ହେଲିକପ୍ଟରର ସୈନ୍ୟ ବିପୁଳ ଅସ୍ତ୍ରଶସ୍ତ୍ର ପରିବହନ କରିବାର କ୍ଷମତା ରହିଛି ଏହା ସହ କ୍ରୋଏସିଆକୁ ଆମେରିକା ୮୯ଟି ବ୍ରାଡଲି ଫାଇଟିଂ ଭେଇକଲ ବିକିବ ବୋଲି ଘୋଷଣା କରାଯାଇଛି ସେପଟେ କ୍ରୋଏସିଆକୁ ବିରୋଧ କରି ଋଷଠାରୁ ବହୁ ଯୁଦ୍ଧାସ୍ତ୍ର, ଡ୍ରୋନ, ବିମାନ ବିଧ୍ୱଂସୀ ସିଷ୍ଟମ ହାସଲ କରିଛି ସର୍ବିଆ ସହଯୋଗୀ ରାଷ୍ଟ୍ର ବେଲାଋଷକୁ ଋଷ ପଠାଇଛି ୩୦,୦୦୦ ସୈନ୍ୟ