ଠକିଗଲେ ସନ୍ନି ଲିଓନ

ମୁମ୍ବାଇ: ଅନ୍-ଲାଇନ୍ ଠକାମୀର ଶିକାର ହେଲେ ବଲିଉଡ ବୋଲ୍ଡ ଏବଂ ସେକ୍ସି ଅଭିନେତ୍ରୀ ସନ୍ନି ଲିଓନ। ତାଙ୍କର ପ୍ୟାନକାର୍ଡ ବ୍ୟବହାର କରି କେହି ଜଣେ ଋଣ ଉଠାଇଥିବା ଜଣାପଡିଛି । ଏନେଇ ସେ ଟୁଇଟରରେ ସୂଚନା ଦେବାସହ ଅଭିନେତ୍ରୀ ଧନୀ ଆପ୍ ବିରୋଧରେ ଅଭିଯୋଗ କରିଥିଲେ। ତାଙ୍କ ଅଜଣାତରେ କେହି ପ୍ୟାନ୍ ନଂ ବ୍ୟବହାର କରି ୨ହଜାର ଟଙ୍କା ଋଣ ନେଇଥିଲେ । କିଛି ସମୟ ଏଭଳି ଚାଲିବା ପରେ ସନ୍ନି ନିଜେ ଟୁଇଟକୁ ଡିଲିଟ୍ କରିଦେଇଥିଲେ। ହେଲେ ତାଙ୍କର ଅଭିଯୋଗ ପାଇ କମ୍ପାନୀ ସମସ୍ୟାର ସମାଧାନ କରିଛନ୍ତି।