ପ୍ରଶଂସକଙ୍କ ପାଇଁ ଖୁସି ଖବର: ବର୍ଡର ୨ର ରିଲିଜ ଡେଟ୍ ହେଲା ଘୋଷଣା

ମୁମ୍ବାଇ: ପ୍ରଶଂସକଙ୍କ ପାଇଁ ଖୁସି ଖବର । ୭୯ତମ ସ୍ଵାଧିନତା ଦିବସ ଅବସରରେ ଅଭିନେତା ସନ୍ନି ଦେଓଲଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ବର୍ଡର ୨’ର ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି । ଏଥିସହ ‘ବର୍ଡର ୨’ର ନିର୍ମାତାମାନେ ଫିଲ୍ମର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍ କରିଛନ୍ତି । ଦେଶର ସଶସ୍ତ୍ର ବାହିନୀକୁ ଶ୍ରଦ୍ଧାଞ୍ଜଳି ଜଣାଇ ସ୍ୱାଧୀନତା ଦିବସ ଅବସରରେ, ସନ୍ନି ଦେଓଲ, ଦିଲଜିତ୍ ଦୋସାଞ୍ଜ, ବରୁଣ ଧୱନ ଏବଂ ଆହାନ ଶେଟ୍ଟୀ ଅଭିନୀତ ଫିଲ୍ମ ‘ବର୍ଡର ୨’ର ନିର୍ମାତା ପ୍ରଶଂସକମାନଙ୍କୁ ଏହି ଉପହାର ଦେଇଛନ୍ତି । ‘ବର୍ଡର ୨’ର ପୋଷ୍ଟରରେ, ସନ୍ନି ଦେଓଲଙ୍କୁ ତାଙ୍କର ସୈନିକ ଅବତାରରେ ଦେଖିବାକୁ ମିଳିଛି । ଯାହା ମୂଳ ଫିଲ୍ମ ‘ବର୍ଡର’ରେ ତାଙ୍କ ଅବିସ୍ମରଣୀୟ ଭୂମିକାକୁ ମନେ ପକାଇଦେଉଛି । ନିର୍ମାତାମାନେ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ମୋସନ୍ ପୋଷ୍ଟର ସେୟାର କରିଛନ୍ତି ଏବଂ କ୍ୟାପସନରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ‘ହିନ୍ଦୁସ୍ତାନ କେ ଲିୟେ ଲଡେଙ୍ଗେ ଫିର୍ ଏକ ବାର (ଭାରତ ପାଇଁ ପୁଣିଥରେ ଲଢିବା) । ‘ବର୍ଡର ୨’ ଆସନ୍ତା ଜାନୁଆରୀ ୨୨, ୨୦୨୬ରେ ସିନେମା ଘରେ ମୁକ୍ତିଲାଭ କରିବ । ସ୍ୱାଧୀନତା ଦିବସର ଶୁଭେଚ୍ଛା ।’ ସେହିପରି ନିର୍ଦ୍ଦେଶକ ଅନୁରାଗ ସିଂ କହିଛନ୍ତି, ‘ସ୍ୱାଧୀନତା ଦିବସରେ ଫିଲ୍ମର ମୁକ୍ତିଲାଭ ତାରିଖ ଘୋଷଣା କରିବା ପ୍ରତୀକାତ୍ମକ । ଏହି ଦିନ ଆମକୁ ଭାରତର ସ୍ୱାଧୀନତା ପାଇଁ ଆମର ସୈନିକମାନଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନକୁ ମନେ ପକାଇ ଦିଏ ଏବଂ ଆମର ଫିଲ୍ମ ମଧ୍ୟ ସେହିପରି କରେ। ଏହି କାହାଣୀ ମାଧ୍ୟମରେ ସେମାନଙ୍କ ଅମର ଆତ୍ମାକୁ ସମ୍ମାନ କରିବା ଏକ ସମ୍ମାନ ଏବଂ ସୌଭାଗ୍ୟର କଥା ।’ଅନୁରାଗ ସିଂହଙ୍କ ନିର୍ଦ୍ଦେଶିତ  ‘ବର୍ଡର ୨’  ରେ ବଲିଉଡର ବରିଷ୍ଠ ଅଭିନେତା ସନି ଦେଓଲ , ବରୁଣ ଧାୱନ, ଦିଲଜିତ ଦୋସାଞ୍ଜ ଏବଂ ଆହାନ ସେଟ୍ଟି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ଭୂଷଣ କୁମାର, କୃଷ୍ଣ କୁମାର, ଜେ.ପି. ଦତ୍ତା ଏବଂ ନିଧି ଦତ୍ତା। ଫିଲ୍ମ ‘ବର୍ଡର ୨’ ୨୦୨୬ ଜାନୁଆରୀ ୨୨ ରେ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଶଂସକମାନେ ଏହି ଫିଲ୍ମ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

 

View this post on Instagram

 

A post shared by tseriesfilms (@tseriesfilms)