ଏଥର ବଡ ବଡ ତାରକାଙ୍କ ଫିଲ୍ମ ଭାରତୀୟ ବକ୍ସ ଅଫିସରେ ମୁକ୍ତିଲାଭ କରିଛି । ଏହିୁ ଚଳଚ୍ଚିତ୍ରର ଜଲୱା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଦେଖାଯାଇଛି । ସନି ଦେଓଲଙ୍କ ‘ଗଦର ୨’ ଏବଂ ରଜନୀକାନ୍ତଙ୍କ ‘ଜେଲର’ ଭାରତ ସମେତ ବିଦେଶରେ ବି ଦମଦାର ରୋଜଗାର କରୁଛି।
ବଡ ବଜେଟ୍ ଚଳଚ୍ଚିତ୍ର ମଧ୍ୟରେ ରଜନୀକାନ୍ତଙ୍କ ‘ଜେଲର’ ୧୦ ଅଗଷ୍ଟରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା। ଚଳଚ୍ଚିତ୍ରଟି ଉଦ୍ଘାଟନୀ ଦିନ ୪୮.୩୫ କୋଟି ଟଙ୍କା ରୋଜଗାର କରିଥିଲା। ସେହିପରି ଦ୍ୱିତୀୟ ଦିନରେ ୨୫.୭୫ କୋଟି ଟଙ୍କା, ତୃତୀୟ ଦିନରେ ୩୫.୩ କୋଟି, ଚତୁର୍ଥ ଦିନରେ ୪୨.୨ କୋଟି ଏବଂ ପଞ୍ଚମ ଦିନରେ ୨୮ କୋଟି ଟଙ୍କା ରୋଜଗାର କରିଛି। ରିପୋର୍ଟ ଅନୁଯାୟୀ, ଷଷ୍ଠ ଦିନରେ ଅର୍ଥାତ୍ ୧୫ ଅଗଷ୍ଟରେ ଏହି ଫିଲ୍ମ ୩୩ କୋଟି ଟଙ୍କା ରୋଜଗାର କରିଛି।
ସନି ଦେଓଲଙ୍କ ‘ଗଦର ୨’ର ଆଲୋଚନା ସବୁଠାରେ ଦେଖାଯାଉଛି। ମାତ୍ର ୮୦ କୋଟି ବଜେଟରେ ତିଆରି ଏହି ଫିଲ୍ମ ଅନେକ ରେକର୍ଡ ସୃଷ୍ଟି କରୁଥିବା ଜଣାପଡିଛି। ସନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଏହି ଫିଲ୍ମ ରୋଜଗାର ଦୃଷ୍ଟିରୁ ସୁପରଷ୍ଟାର ରଜନୀକାନ୍ତଙ୍କ ‘ଜେଲର’କୁ ମାତ୍ର ପାଞ୍ଚ ଦିନରେ ପଛରେ ପକେଇ ଦେଇଛି। ଏଥି ସହିତ, ଦ୍ୱିତୀୟ ସପ୍ତାହ ଶେଷ ସୁଦ୍ଧା, ଫିଲ୍ମ ୨୫୦ କୋଟି ଟଙ୍କାର ଅତିକ୍ରମ କରିଯିବ ବୋଲି କୁହାଯାଉଛି।