ଭୁବନେଶ୍ଵର: ଶଙ୍ଖ ଛାଡ଼ି ହାତ ଧରିଲେ ବିଜେଡି ନେତ୍ରୀ ସୁନୀତା ବିଶ୍ୱାଳ । ବିଜେଡି ଦଳ ଛାଡି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ୱାଳ । ରାହୁଲ ଗାନ୍ଧୀଙ୍କ ଓଡ଼ିଶାଗସ୍ତର କେଇଘଣ୍ଟା ପୂର୍ବରୁ କଂଗ୍ରେସରେ ସାମିଲ ହୋଇଛନ୍ତି ବିଜେଡିକୁ ବାଏ ବାଏ କହିଥିବା ସୁନୀତା ବିଶ୍ୱାଳ । ତେବେ ସୁନୀତାଙ୍କ କଂଗ୍ରେସର ଯୋଗଦାନ ନେଇ ତାଙ୍କ ଭଉଣୀ ଅମିତା ବିଶ୍ୱାଳ ସ୍ପଷ୍ଟ କରିଛନ୍ତି । ଅମିତା କହିଥିଲେ, “ମୋ ଭଉଣୀ ନିଜ ଘରକୁ ଫେରିଛନ୍ତି । ବିଜେଡିରେ ସେ ଅଣଦେଖା ହେଉଥିଲେ । ଯାହାକୁ ନେଇ ସେ ବିଜେଡି ଛାଡିଛନ୍ତି । ମୁଁ କଂଗ୍ରେସରୁ ପ୍ରାର୍ଥୀ, ମୋ ଭଉଣୀ ବିଜେଡିରେ ଥିଲେ । ଯାହାକୁ ନେଇ ଲୋକେ ଅନେକ ପ୍ରଶ୍ନ କରୁଥିଲେ । ଏବେ ତାହାର ଅବସାନ ହୋଇଛି।”
ସୂଚନାଯୋଗ୍ୟ, ୨୦୧୯ ସାଧରାଣ ନିର୍ବାଚନରେ ସୁନିତା ବିଶ୍ୱାଳ ସୁନ୍ଦରଗଡ ଲୋକସଭା ଆସନରୁ ବିଜେଡିର ପାର୍ଥୀ ଭାବେ ଲଢିଥିଲେ । ବର୍ତ୍ତମାନ ଜଣଙ୍କ ପରେ ଜଣେ ନେତା ବିଜେଡିର ହାତ ଛାଡୁଥିବା ବେଳେ ସୁନିତା ମଧ୍ୟ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ନିଜର ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ । ୨୦୨୪ରେ ସେ କଚଗ୍ରେସ ଯୋଗଦେବା ନେଇ ଚର୍ଚ୍ଚା ହେଉଥିବା ବେଳେ ସୁନିତା ନିଜେ ଏହାକୁ ଖଣ୍ଡନ କରି ବିଜେଡି ପାଇଁ କାର୍ଯ୍ୟ କରିବେ ବୋଲି କହିଥିଲେ । ହେଲେ ବର୍ତ୍ତ ତାଙ୍କର ଏପରି ନିଷ୍ପତ୍ତି ବିଜେଡି ଉପରେ କେତେ ଭାରି ପଡିବ ତାହା ଜନସାଧାରଣରେ ଚର୍ଚ୍ଚା ।