ସମ୍ବଲପୁର/ରମାକାନ୍ତ ବିଶ୍ବାଳ: ଅବକାରୀ ଗୁଇନ୍ଦା ଅବକାରୀ କାର୍ୟ୍ୟାଳୟକୁ ପୁଣି ମିଳିଲା ବଡ଼ ସଫଳତା । ଅତି ଚତୁରତାର ସହିତ କାର ଭିତରେ ସିକ୍ରେଟ ଚାମ୍ବର କରି ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ନେବା ସମୟରେ ସମ୍ବଲପୁର ଗୁଇନ୍ଦା ଅବକାରୀ କାର୍ୟ୍ୟାଳୟର ଏକ ସ୍ୱତନ୍ତ୍ର ଟିମ୍ ସମ୍ବଲପୁର ଝାରସୁଗୁଡ଼ା ବିଜୁ ଏସ୍କପ୍ରେସ ୱେ ର ଶାସନ ପାପପାଲି ଠାରେ କାରକୁ କାବୁ କରି ୩୦ କେଜି ଗଞ୍ଜେଇ ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ କାର୍ୟ୍ୟାଳୟର ଏହି ଟିମ୍ ବୌଦ୍ଧ ଜିଲ୍ଲାରୁ ବିହାର ରାଜ୍ୟକୁ ଚୋରାଚାଲାଣ ହେଉଥିବା ଗଞ୍ଜେଇ କୁ ଜବତ କରିବ ସହ ୨ ଅଭିଯୁକ୍ତକୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି । ତେବେ ଗିରଫ ଅଭିଯୁକ୍ତମାନେ ଵିହାର ରାଜ୍ୟର ଜିତେନ୍ଦ୍ର କୁମାର ଦୁବେ ଓ ଲକ୍ଷ୍ମଣ ରାଏ ହୋଇଥିବା ବେଳେ ଗଞ୍ଜେଇ ସହ ଜବତ କାର ର ମୁଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଳି ଅବକାରୀ କାର୍ୟ୍ୟାଳୟ ର ଡେପୁଟି କମିଶନର ସୂଚନା ଦେଇଛନ୍ତି।