ସୁଭଦ୍ରାରେ ପୁଣି ଯୋଡି ହେବେ ଯୋଗ୍ୟ ହିତାଧିକାରୀ, ଆଜି ବସିବ ସୁଭଦ୍ରା ସମୀକ୍ଷା ବୈଠକ

ଭୁବନେଶ୍ଵର: ଆଜି ସୁଭଦ୍ରା ଯୋଜନାର ହେବ ସମୀକ୍ଷା ବୈଠକ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ନେଇ ହେବ ଆଲୋଚନା । ସେଥିପାଇଁ ୩ ବିଭାଗକୁ ତଥ୍ୟ ମାଗିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ପରିବହନ, ଖାଦ୍ୟ ଯୋଗାଣ ଓ ସ୍ୱାସ୍ଥ୍ୟ ବିଭାଗକୁ ତଥ୍ୟ ମଗାଯାଇଥିଲା ।

ସେହିପରି ବାଣିଜ୍ୟ ଓ ପରିବହନ ବିଭାଗକୁ ୪ ଚକିଆ ତଥ୍ୟ ମଗାଯାଇଥିବା ବେଳେ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଥିଲା । ଧାନ ବିକ୍ରି ତଥ୍ୟ ଖାଦ୍ୟ ଓ ଯୋଗାଣ ବିଭାଗକୁ ମଧ୍ୟ ତଥ୍ୟ ମଗାଯାଇଥିଲା । ବୈଠକରେ ବାଦ୍ ହିତାଧିକାରୀଙ୍କୁ ଯୋଡ଼ିବା ନେଇ ହୋଇପାରେ ନିଷ୍ପତ୍ତି । ୩ ବିଭାଗ ରିପୋର୍ଟ ଆଧାରରେ ଆଜି ବସିବ ସୁଭଦ୍ରା ସମୀକ୍ଷା ବୈଠକ । ଏଥିସହ ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଯୋଡିବା ନେଇ ମଧ୍ୟ ନିଷ୍ପତ୍ତି ହୋଇପାରେ ।