ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ଗଂଜେଇ ଚୋରାଚାଲାଣ ହେଉଥିବା ସମୟରେ ଏକ ପିକ୍‌ଅପ୍ ଭ୍ୟାନ୍‌ରୁ ୬ କ୍ୱିଣ୍ଟାଲ ୧୫ କେଜି ଗଂଜେଇ ଜବତ କରିଛି

ସୁବର୍ଣ୍ଣପୁର-: ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ଗଂଜେଇ ଚୋରାଚାଲାଣ ହେଉଥିବା ସମୟରେ ଏକ ପିକ୍‌ଅପ୍ ଭ୍ୟାନ୍‌ରୁ ୬ କ୍ୱିଣ୍ଟାଲ ୧୫ କେଜି ଗଂଜେଇ ଜବତ କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଏକ ପିକ୍‌ଅପ୍ ଭ୍ୟାନ୍‌ ନକଲି ନମ୍ବର (ଓଡି ୩୧ଜି -୨୮୪୩) ଗଞ୍ଜେଇ ନେଇ କଣ୍ଟାମାଳ ପଟୁ ତରଭା ଆଡ଼କୁ ଆସୁଥିବା ଖବର ପାଇ ଏସ୍‌ପି ନାରାୟଣ ନାୟକ ତରଭା ପୋଲିସ କୁ ଖବର କରିଥିଲେ । ପରେ ତରଭା ଆଇଆଇସି ଙ୍କ ନେତୃତ୍ୱରେ ଏକ ଟିମ୍ କଣ୍ଟାମାଳ ପଟରୁ ଦୃତ ଗତିରେ ଆସୁଥିବା ଗାଡ଼ି କୁ ପୋଲିସ ଟିମ୍ କୌଶଳ କ୍ରମେ ଅଟକାଇବା ବେଳେ ଭ୍ୟାନ୍ ଚାଳକ ଜାଣିପାରି ଗାଡ଼ିକୁ ଅଟକାଇ ଫେରାର ହୋଇଯାଇଥିଲା । ପରେ ଯାଞ୍ଚ ସମୟରେ ପିକ୍‌ଅପ୍ ଭ୍ୟାନ୍‌ରୁ ୨୫ଟି ବସ୍ତାରେ ଭର୍ତ୍ତି ହୋଇଥିବା ୬୦୮ ପ୍ୟାକେଟ ଗଞ୍ଜେଇ ବାହାରିଥିଲା । ଉକ୍ତ ଗାଡିକୁ ମାଜିଷ୍ଟ୍ରେଟ ସମ୍ମୁଖରେ ଯାଞ୍ଚ କରିବା ସହ ସେଥିରୁ ବାହାରିଥିବା ୬ କ୍ଵିଣ୍ଟାଲ ୧୫ କେଜି ଗଞ୍ଜେଇ ଜବତ କରିଛି l NDPS କେଶ୍ ନମ୍ବର ୧୬୩ ୧-୭-୨୦୨୫ ୟୁ ଏସ ୨୦( ବି ) (i i) c ରେ ମାମଲା ରୁଜ୍ଜୁ ହୋଇଛି । ଜବତ ଗଞ୍ଜେଇ ର ମୂଲ୍ୟ ପ୍ରାୟ ୧ କୋଟି ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ଆଇଆଇସି ଅନିତା କିଡୋ, ଏସ୍‌ଆଇ ରବୀନ୍ଦ୍ର ସାହୁ, ମାରୁତ ଚନ୍ଦ୍ର ପ୍ରଧାନ, ଏଏସ୍‌ଆଇ ଶୁଭେନ୍ଦୁ ସିଂ, ମେଣ୍ଡା ଫାଣ୍ଡି ଅଧିକାରୀ ଟଙ୍କଧର ଛତ୍ରିଆ, କନଷ୍ଟେବଳ କୈଳାସ ଭୋଇ, ଗୋପୀନାଥ ସାହୁ, ଓଏପିଏ ପରମାନନ୍ଦ ପଧାନ, ଜ୍ୟୋତ୍ସ୍ନା ପ୍ରଧାନ, ପ୍ରଭାସିନୀ ପ୍ରଧାନ ଓ ହୋମଗାର୍ଡ ତରଣୀ ନନ୍ଦ ପ୍ରମୁଖ ସାମିଲ ହୋଇଥିଲେ ।