ଭୁବନେଶ୍ଵର: ପବିତ୍ରଭୂମି ଭାରତ ବର୍ଷରେ ଆବାହମାନ କାଳରୁ ଗୁରୁବାଦର ପଂରପରା ପ୍ରଚଳିତ ହେଉଅଛି ଯେଉଁଠି ଭାବ, ଭକ୍ତି, ଜ୍ଞାନ, ତତ୍ତ୍ୱ ରଜୁରେ ବନ୍ଧା ସତ୍ୟ, ଅହିଂସା, ଦୟା, କ୍ଷମା ଓ ଶାନ୍ତି ପ୍ରକଟିତ ଓ ଗୁରୁମାନଙ୍କର ସ୍ଥାନ ଯଥେଷ୍ଟ ଉଚ୍ଚରେ ରହିଆସିଅଛି। ଭାରତୀୟ ସଂସ୍କୃତିରେ ଗୁରୁଭକ୍ତି, ଗୁରୁ ଆର୍ଶିବାଦ ବଳରେ ସମାଜ ରୁଦ୍ଧିମନ୍ତ ହୁଏ । ସମାଜରେ ଅନ୍ଧକାର ଓ କୁସଂସ୍କାର ଦୂରିଭୂତ ହୋଇଯାଏ । ‘ଗୁ’ ଅର୍ଥ ଅନ୍ଧକାର । ‘ରୁ’ ଅର୍ଥ ଅଜ୍ଞାନ । ଛାତ୍ରଛାତ୍ରୀମାନଙ୍କର ଅଜ୍ଞାନରୂପକ ଅନ୍ଧକାରକୁ ଦୂରିଭୂତ କରି ଜ୍ଞାନରୂପକ ଆଲୋକ ପ୍ରଦାନ କରିବାରେ ଶିକ୍ଷକମାନେ ସମର୍ଥ ବୋଲି ତାଙ୍କୁ ଗୁରୁ ଆଖ୍ୟା ପ୍ରଦାନ କରାଯାଇଅଛି ।

ଗୁରୁଙ୍କୁ ନମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ବର । ଈଶ୍ବରଙ୍କର ଅନ୍ଯ ରୂପ ହେଲେ ଗୁରୁ । ଶିକ୍ଷକଙ୍କ ଭୂମିକାକୁ ମନେ ପକାଇ ସାରା ଆଜି ସାରା ଦେଶ ପାଳୁଛି ପବିତ୍ର ଗୁରୁ ଦିବସ । ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମତିଥିକୁ ଗୁରୁଦିବସ ଭାବେ ପାଳନ କରାଯାଉଛି । ବିନା ଗୁରୁରେ କେହି କେବେ ସଫଳତାର ଶିଖର ଛୁଇଁପାରିନାହାନ୍ତି । କଞ୍ଚା ମାଟି ପିଣ୍ଡୁଳାକୁ ସୁନ୍ଦର ପ୍ରତିମା ରୂପେ ଗଢିବାରେ ନିରନ୍ତ ଚେଷ୍ଟା କରିଥାନ୍ତି ଗୁରୁ । ବାପାମାଆଙ୍କ ପରେ ଗୁରୁ ହିଁ ଜୀବନରେ ଆଗକୁ ବଢିବା ପାଇଁ ସଠିକ ମାର୍ଗ ଦେଖାଇଥାଆନ୍ତି । ଶିକ୍ଷା ପ୍ରଦାନ ସହ ଜୀବନକୁ ମାର୍ଜିତ ଓ ଶୃଙ୍ଖଳିତ କରିବାରେ ତାଙ୍କ ଭୂମିକା ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ ।

ଆମ ଭାରତୀୟ ସଂସ୍କୃତି ଗୁରୁ-ଶିଷ୍ଯର ପରମ୍ପରା ଉପରେ ପ୍ରତିଷ୍ଠିତ । ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ରାଷ୍ଟ୍ରପତି ଥିବା ସମୟରେ ଛାତ୍ରଛାତ୍ରୀତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ । ମାତ୍ର ସେ ସେମାନଙ୍କୁ ନିଜ ଜନ୍ମଦିନ ପାଳିବାକୁ ମନା କରିଥିଲେ । ଜନ୍ମଦିନ ପାଳନ କରିବା ଅପେକ୍ଷା ଏହି ଦିନକୁ ଗୁରୁମାନଙ୍କ ଦିବସ ଭାବେ ପାଳନ କରାଗଲେ ତାହା ବଡ଼ ସମ୍ମାନ ହେବ ବୋଲି କହିଥିଲେ । ଶିକ୍ଷାପ୍ରତି ଥିବା ତାଙ୍କ ଅବଦାନକୁ ସମ୍ମାନ ଜଣାଇ ସେବେଠୁ ତାଙ୍କ ଜନ୍ମଦିବସକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି ।

ତେବେ ୧୯୯୪ ରେ ୟୁନେସ୍କୋ ଦ୍ୱାରା ଅକ୍ଟୋବର ୫କୁ ବିଶ୍ୱ ଗୁରୁ ଦିବସ ଭାବରେ ଘୋଷଣା କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ୟୁନେସ୍କୋ / ଆଇଏଲ୍ଏ ଦ୍ୱାରା ସୁପାରିଶ କରାଯାଇଥିବା ନିୟମଗୁଡିକୁ ଗ୍ରହଣ କରିବା। ପ୍ୟାରିସ୍ରେ ୟୁନେସ୍କୋ ଦ୍ୱାରା ଆୟୋଜିତ ଆନ୍ତଃ – ସରକାରୀ ସମ୍ମିଳନୀର ଏହା ଏକ ଅଂଶ ଥିଲା, ଯାହା ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଏ) ସହଯୋଗରେ ଶିକ୍ଷକଙ୍କ ସ୍ଥିତିକୁ ସ୍ୱୀକୃତି ଦେଇଥିଲା। ପ୍ରସ୍ତାବିତ ପଦ୍ଧତି ଗ୍ରହଣ କରିବା ପରେ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ ଅକ୍ଟୋବର ୫କୁ ବିଶ୍ୱ ଗୁରୁ ଦିବସ ଭାବରେ ଘୋଷଣା କରିଲା।