ଭୁବନେଶ୍ଵର: ବିଜେଡି ଛାଡିଲେ ଛାତ୍ରନେତା ହରିଶଙ୍କର ରାଉତ । ସେ ଦଳ ଛାଡିବା ସହ ପାଣ୍ଡିଆନଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ସେ କହିଛନ୍ତି, ଛାତ୍ର ଓ ଯୁବ ସଭାପତି ଚୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୋଇଛି । ଏବେ ମଧ୍ୟ ବିଜେଡିକୁ କବ୍ଜା କରି ରଖିଛନ୍ତି । ଅଣଓଡିଆ ହୋଇ ଦଳକୁ ପରିଚାଳନା କରୁଛନ୍ତି, ନବୀନ ଅନ୍ଧପୁଟୁଳି ବାନ୍ଧିଛନ୍ତି । ପାଣ୍ଡିଆନଙ୍କ ଯୋଗୁଁ ଆଜି ଦଳର ଏ ସ୍ଥିତି ଓ ନିର୍ବାଚନରେ ଲୋକେ ଜବାବ ଦେଲେ । ବିଜେଡିରେ କୋଟେରୀ ଗ୍ରୁପ୍ କାମ କରୁଛି। କିଛି ବରିଷ୍ଠ ନେତା ଅଛନ୍ତି। ବ୍ୟୋମକେଶ ରାୟଙ୍କ ସହ କିଛି ବରିଷ୍ଠ ନେତା ଏଥିରେ ସାମିଲ୍ ଅଛନ୍ତି ବୋଲି ସେ କହିଛନ୍ତି।

କହିରଖୁଛୁ ଯେ, କିଛିଦିନ ତଳେ ହରିଶଙ୍କର ସୋସିଆଲ ମିଡିଆରେ ଛାତ୍ର ସଭାପତି ହେବା ନେଇ ବିଜେଡି ତାଙ୍କୁ ବାରମ୍ୱାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା କଥା କହି ଅସନ୍ତୋଷ ପ୍ରକାଶ କରିଥିଲେ । ତାଙ୍କୁ ଷଡ଼ଯନ୍ତ୍ର କରି ଦବାଇଦେବାକୁ ଚେଷ୍ଟା କରାଯାଉଛି ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ । ଶେଷରେ ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି ।