ରିଲ୍ସ କରିବା ସମୟରେ କୋଏଲ ନଦୀରେ ବୁଡିଗଲେ ଯୁବକ । ଅଗ୍ନିଶମ ବିଭାଗ ମୃତ ଅବସ୍ଥାରେ ପ୍ରଧାନ ପାଲି ବ୍ରିଜ ନିକଟରୁ ଉଦ୍ଧାର କଲା ଯୁବକଙ୍କ ଶରୀର । ରେଳ ପୋଲ ଉପରେ ସାଙ୍ଗ ମାନଙ୍କ ସହିତ ରିଲ୍ସ କରିବା ହେଲା କାଳ । ଅକାଳରେ ଚାଲିଗଲା ଜଣଙ୍କ ଜୀବନ । ରେଳପୋଲ ତଳ କୋଏଲ ନଦୀକୁ ଖସିପଡି ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ହେଉଛି ସୁନ୍ଦରଗଡ଼ ଟାଙ୍ଗରମୁଣ୍ଡାର ସ୍ୱାଧୀନ ଓରାମ ।
ସୂଚନାଯୋଗ୍ୟ ଯେ, ରାଉରକେଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ୪ ଜଣ ଛାତ୍ର ସାଙ୍ଗ ହୋଇ ରେଳପୋଲ ଉପରେ ରିଲ୍ସ କରୁଥିଲେ । ରେଳପୋଲରୁ ସ୍ୱାଧୀନ ନଦୀକୁ ଖସିପଡି ବୁଡିଯାଇଥିଲେ । ଜଣଙ୍କ ଜୀବନ ଚାଲିଯାଇଥିବା ବେଳ ବାକି ତିନି ଜଣ ବର୍ତ୍ତି ଯାଇଛନ୍ତି । ପରେ ଅଗ୍ନଶମ ବାହିନୀଙ୍କ ଦ୍ୱାରା ତାଙ୍କର ମର ଶରୀର ଉଦ୍ଧାର ହୋଇଛି ।