ଭୁବନେଶ୍ୱର-: ଶିକ୍ଷା କ୍ଷେତ୍ରରେ ଉଚ୍ଚଶିକ୍ଷା ବିଭାଗର କଠୋର ନିଷ୍ପତ୍ତି । ଭଲ ପ୍ରଦର୍ଶନ କରୁନଥିବା ଅବା ପିଲା ନ ହେଉଥିବା କଲେଜରେ ପଡିବ ତାଲା । ସବୁ ବିଶ୍ୱ ବିଦ୍ୟାଳୟକୁ ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ । ୩ ରୁ ୪ ଟି ଶିକ୍ଷାବର୍ଷରେ ସିଟ ଖାଲି ପଡିଲେ ମଧ୍ୟ ସଂପୃକ୍ତ କଲେଜ ବନ୍ଦ ହେବ । ଭଲ ପ୍ରଦର୍ଶନ କରୁନଥିବା ଅବା ପିଲା ନହେଉଥିବା କଲେଜରେ ମଧ୍ୟ ପଡ଼ିବ ତାଲା । ଅନୁମତି ପ୍ରଦାନ ଦିଗରେ ମଧ୍ୟ କଠୋର ହୋଇଛି ଉଚ୍ଚଶିକ୍ଷା ବିଭାଗ । ସ୍ଥାୟୀ ଅନୁମୋଦନ ପାଇଁ ଆବେଦନ କରିଥିବା ୧୪୬ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଯାଞ୍ଚ ହେବ ।
ସୂଚନା ମୁତାବକ ଅନୁଦାନପ୍ରାପ୍ତ, ଘରୋଇ, ପ୍ରଫେସନାଲ୍ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରୁଥିବା କୌଣସି କଲେଜରେ ଯଦି ନିୟମିତ ଭାବେ ପିଲା କମ୍ ରହୁଛନ୍ତି ତେବେ ସେଗୁଡ଼ିକରେ ସବୁଦିନ ପାଇଁ ତାଲା ପଡ଼ିବ । ଏଥିସହ ଲଗାତାର ୩ରୁ ୪ଟି ଶିକ୍ଷାବର୍ଷରେ ସିଟ୍ ଖାଲି ପଡ଼ିଲେ ସଂପୃକ୍ତ କଲେଜକୁ ମଧ୍ୟ ବନ୍ଦ କରି ଦିଆଯିବା ଉଚ୍ଚଶିକ୍ଷା ବିଭାଗ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ରେ ଏଭଳି ନିଷ୍ପତ୍ତ ନିଆଯାଇଛି । କେବଳ ସେତିକି ନୁହେଁ, ଅନୁମତି ପ୍ରଦାନ ଦିଗରେ ମଧ୍ୟ କଠୋର ହୋଇଛି ଉଚ୍ଚଶିକ୍ଷା ବିଭାଗ । ସ୍ଥାୟୀ ଅନୁମୋଦନ ପାଇଁ ୨୦୨୧-୨୨, ୨୦୨୨-୨୩, ୨୦୨୩-୨୪ ଓ ୨୦୨୪-୨୫ ଶିକ୍ଷାବର୍ଷରେ ଆବେଦନ କରିଥିବା ରାଜ୍ୟର ୧୪୬ଟି ଶିକ୍ଷାନୁଷ୍ଠାନର ଭିତ୍ତଭୂମି ଯାଞ୍ଚ କରାଯିବ ।