କଟକ: କଟକ ଦୁର୍ଗାପୂଜା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସୁଉଚ୍ଚ ତୋରଣ ଉପରେ ଲାଗିଲା ହାଇକୋର୍ଟଙ୍କ କଟକଣା । ଇଲେକ୍ର୍ଟିକ ଗେଟ୍ ନିର୍ମାଣ ଉପରେ ଵି କଟକଣା ଜାରି କଲେ ମାନ୍ୟବର କୋର୍ଟ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗେଟ୍ ନିର୍ମାଣ ପାଇଁ ଅନୁମତି ଦିଆଯାଇଛି । ଏଥିସହ ୬୫ ଡେସିବଲ୍ ସାଉଣ୍ଡ ମଧ୍ୟରେ ଡିଜେ ବଜାଇବା ପାଇଁ ମଧ୍ୟ ମିଳିଛି ଅନୁମତି । ଗୁରୁବାର ଜଷ୍ଟିସ ସଙ୍ଗମ କୁମାର ସାହୁ ଏବଂ ଜଷ୍ଟିସ ଭି ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ପାର୍ବଣ ସମୟରେ ଉପୁଜୁଥିବା ସମସ୍ୟାକୁ ଆଖି ଆଗରେ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ତୋରଣଗୁଡ଼ିକର ଉଚ୍ଚତା ଓ ସୁରକ୍ଷାକୁ ନେଇ ଜିଲାପାଳ ପଦକ୍ଷେପ ନେବାକୁ କୁହାଯାଇଛି। ଏପରିକି ପୂଜାରେ ତୋରଣ ଏବଂ ସୁରକ୍ଷା ସମ୍ପର୍କିତ ଅନୁମତି ପାଇଁ ସିଂଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ହେବ । ଅନ୍ୟପକ୍ଷେ ଲେଜର ଲାଇଟକୁ କୋର୍ଟ ବାରଣ କରିଛନ୍ତି । ତୋରଣ ନିମାଣ ପୂର୍ବରୁ ପୂଜା କମିଟିଙ୍କଠାରୁ ତୋରଣର ଡ୍ରୟିଂ ମାଗିବାକୁ କୋର୍ଟଙ୍କୁ କଟକ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଏହାସହ ପାର୍ବଣ ଆସୁଥିବା ହେତୁ ସହର ରାସ୍ତାଘାଟର ସମସ୍ୟା ନେଇ ବିରକ୍ତି ପ୍ରକାଶ କରିଛନ୍ତି କୋର୍ଟ। ପାର୍ବଣ ସମୟରେ ସ୍ବଚ୍ଛ ପିଇବା ପାଣି ଯୋଗାଇବା ପାଇଁ ଓ୍ବାଟକୋକୁ ନିର୍ଦ୍ଦେଶ। ପାର୍ବଣ ସମୟରେ ବିଷାକ୍ତ ଖାଦ୍ୟ ବିକ୍ରି ଉପରେ ନଜର ରଖିବାକୁ ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।