(ଦୁବାଇ) : କରୋନା ସହ ଲଢେଇ କରୁଛି ଭାରତ। ଦେଶରେ ବର୍ଦ୍ଧିତ କରୋନା ସଂକ୍ରମଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ତେବେ ଏହି ମଧ୍ୟରେ ଭାରତକୁ ସମର୍ଥନ ଦେଲା ଆରବ ଏମରେଡ଼ସ । ଭାରତକୁ ସାହାସ ଦେବାକୁ ୟୁଏଇର ଦୁବାଇ ସ୍ଥିତ ଦୁନିଆର ସବୁଠୁ ଉଚ୍ଚ କୋଠା ବୁର୍ଜ ଖଲିଫାକୁ ତ୍ରିରଙ୍ଗାର ରଙ୍ଗର ଲାଇଟରେ ସଜ୍ଜିତ କରାଯାଇଛି। କେବଳ ସେତିକି ନୁହେଁ ଏଥିରେ ଲେଖାଯାଇଛି ଷ୍ଟେ ଷ୍ଟ୍ରଙ୍ଗ୍ ଇଣ୍ଡିଆ। ଏହା ସହ ଆବୁ ଧାବିର ନ୍ୟାଶନାଲ ଅଏଲ କମ୍ପାନୀର ମୁଖ୍ୟାଳୟରେ ମଧ୍ୟ ଭାରତୀୟ ପତକା ପ୍ରଦର୍ଶନ କରି ଭାରତ ସାହସ ରଖର ବାର୍ତ୍ତା ଦିଆଯାଇଛି।
ବୁର୍ଜ ଖଲିଫାର ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ କରୋନା ବିରୋଧୀ ଲଢେଇରେ ଏକଜୁଟତା ପ୍ରକଟ କରି ଏକ ଟ୍ଵିଟ୍ କରାଯାଇଛି। ଏହି ଟ୍ଵିଟରେ ଲେଖାଯାଇଛି ଯେ, ସଙ୍କଟର ଏହି ଘଡିରେ ଭାରତ ଏବଂ ଏହାର ଲୋକମାନଙ୍କୁ ଆଶା, ପ୍ରାର୍ଥନା ଏବଂ ସାହାଯ୍ୟ ଦେଉଛୁ। ତେବେ ୟୁଏଇରେ ଥିବା ଭାରତର ଦୂତାବାସ ଏହି ଟ୍ଵିଟକୁ ସେୟାର କରି ଲେଖିଛି ଯେ, ଭାରତ କରୋନା ବିରୋଧରେ ଲଢେଇ କରୁଛି। ଭାରତର ଅକ୍ସିଜେନ ଅଭାବକୁ ଦୃଷ୍ଟିରେ ରଖି ୮୦ ମେଟ୍ରିକ୍ ଟନର ଅମ୍ଳଜାନ ଯୋଗାଇ ଦିଆଯାଇଛି ।