ହିଂସାରୁ ନିବୃତ ରୁହନ୍ତୁ ହରିୟାଣା ବାସୀ: ଆମେରିକା ମନ୍ତ୍ରାଣାଳୟ

ଦିର୍ଘ ୪ ଦିନ ଧରି ହରିୟାଣାରେ ଲାଗି ରହିଛି ହିଂସା । ହରିୟାଣା ଏକ ଶୋଭାଯାତ୍ରାରେ ହୋଇଥିଲା ଆକ୍ରମଣ ଯାହାକୁ ନେଇ ହୋଇଥିଲା ହିଂସାକାଣ୍ଡ ।ଏହି ହିଂସାକୁ ଦେଖି ରାଜ୍ୟ ସରକାର ଗୁରୁଗ୍ରାମରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆ ଯାଇଛି । କିନ୍ତୁ ଏବେ ଆମେରିକା ମନ୍ତ୍ରାଣାଳୟ ତରଫରୁ ହରିୟାଣା ବାସୀଙ୍କୁ ହିଂସାରୁ ନିବୃତ ରହି ଶାନ୍ତି ବଜାୟ ରଖିବାକୁ କହିଛି । ଆମେରିକା ପ୍ରବକ୍ତା ମେଭ୍ୟୁ ମିଲର ବୁଧବାର ଦିନ କହିଛନ୍ତି କି ହରିୟାଣାବାସୀ ରାଜ୍ୟରେ ଶାନ୍ତି ବଜାୟ ଋକ୍ଷନ୍ତୁ । ଏହାସହ ରାଜନୈତିକଦଳମାନେ ଲୋକମାନଙ୍କୁ ହିଂସା କରିବାରୁ ନିବୃତ ରହିବାକୁ ପରାମର୍ଶ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ଏନେଇ ଆମେରିକା ତରଫରୁ ଦୂତାବାସ ସହ ସଂପର୍କ କରାଯାଇଥିବା କଥା ମଧ୍ୟ ସେ କହିଛନ୍ତି ।
ସୂଚନା ଅନୁଯାୟୀ,ହରିୟାଣାରେ ସୋମବାର ଦିନ ଏକ ଶୋଭାଯାତ୍ରା ବାହାରିଥିଲା । କିଛି ଲୋକ ଏହି ଶୋଭାଯାତ୍ରା ଉପରେ ଆକ୍ରମଣ ହୋଇଥିଲା । ପରବର୍ତ୍ତି ସମୟରେ ଏହି ଆକ୍ରମଣ ହିଂସାର ରୂପ ନେଇଥିଲା ।ତେବେ ଏହି ହିଂସାରେ ୬ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି । ତେବେ ମୃତକଙ୍କ ମଧ୍ୟରେ ୨ଜଣ ହୋମଗାର୍ଡ ଓ ୪ଜଣ ସାଧାରଣ ନାଗରିକ ରହିଥିବା କୁହାଯାଉଛି । ସେପଟେ ହିଂସାର କାରଣ ଜାଣିବା ପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଏସଆଇଟି ଗଠନ କରାଯାଇଛି ।