ତାଳଚେରରେ ସ୍ଵର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ତାଳଚେର  ରାଜ୍ୟ ବିଜେପି କୁ ନୂତନ ଦିଶା ପ୍ରଦାନ କରିଥିବା  ଏଵଂ ରାଜ୍ୟ ଭାରତୀୟ ଜନତା ପାର୍ଟି ର ପିତାମୋହ ଭୀଷ୍ମ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ଵର୍ଗତ ଡାକ୍ତର ଡେବେନ୍ଦ୍ର ପ୍ରଧାନ ଙ୍କ ତାଳଚେର ପୌରାଞ୍ଚଳ ୧୮ନମ୍ବର ୱାର୍ଡ ମାଉସୀ ମା ମନ୍ଦିର ସ୍ଥିତ ଦେଉଳବେଡ଼ା ତେଲି ସାହି ଠାରେ ଏକ ବିରାଟ ପ୍ରତିମୂର୍ତ୍ତୀ ଉନ୍ମୋଚନ କରାଯାଇଛି । ଡାକ୍ତର ଦେବେନ୍ଦ୍ର ପ୍ରଧାନ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିମୂର୍ତ୍ତି କୁ ଉନ୍ମୋଚନ କରିଥିଲେ। ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି , ସମ୍ମାନୀତ ଅତିଥି ଭାବେ ପର୍ଜଙ୍ଗ ବିଧାୟକ ବିଭୁତି ଭୁଷଣ ପ୍ରଧାନ, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ତାଳଚେର ପୌର ପରିଷଦ ର ନଗର ପାଳ ପବିତ୍ର ଭୂତିଆ ଓ  ଶତାଧିକ ସ୍ଥାନୀୟ ଜନସାଧାରଣ ତାଳଚେର ରେ ସ୍ଵର୍ଗତ ପ୍ରଧାନ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇ ଥିବାରୁ ଏହାକୁ ସାଧାରଣରେ ପ୍ରଶଂସା କରିବା ସହିତ ଭାରତୀୟ ଜନତା ପାର୍ଟିର କର୍ମୀ, ସ୍ଵର୍ଗତ ପ୍ରଧାନ ଙ୍କ ଆନୁଗତ୍ୟ ଦାୟଦ ଓ ବିଜେପି କର୍ମୀ ମାନେ ଖୁସି ପ୍ରକଟ କରିଛନ୍ତି।।