PNG ସଂଯୋଗ ତ୍ବରାନ୍ବିତ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟରେ PNG (ପାଇପ୍ଡ ନ୍ୟାଚୁରାଲ୍ ଗ୍ୟାସ୍) ସଂଯୋଗକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏନେଇ ନୂତନ ନିର୍ଦ୍ଦେଶନାମା ଜାରି କରିଛି।

ସିଟି ଗ୍ୟାସ୍ ବିତରଣ (CGD) ପ୍ରକଳ୍ପ ପାଇଁ ଅନୁମୋଦନ ପ୍ରକ୍ରିୟାକୁ ସରଳ କରାଯାଇଛି। ଭୂତଳ ପାଇପଲାଇନ୍ ବିଛାଇବା ପାଇଁ କୌଣସି ଫି ଆଦାୟ କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛି।

ଏହା ସହ, ଯେଉଁ କାମ ଚାଲୁ ରହିଛି କିମ୍ବା ପୂର୍ବରୁ ଅନୁମୋଦିତ, ସେଗୁଡ଼ିକ ପାଇଁ ଆଉ ନୂଆ କରି ଅନୁମତି ନେବା ଆବଶ୍ୟକ ହେବ ନାହିଁ। ଏଥିରୁ ପ୍ରଶାସନିକ ବିଳମ୍ବ ହ୍ରାସ ପାଇବ ଓ ପ୍ରକଳ୍ପ କାମ ଦ୍ରୁତ ଗତିରେ ଆଗକୁ ବଢ଼ିବ।

ସିଜିଡି କାମକୁ ବାଧାମୁକ୍ତ କରିବା ପାଇଁ ରାସ୍ତା ଖୋଳିବା ଉପରେ ଥିବା କଟକଣାକୁ ମଧ୍ୟ କୋହଳ କରାଯାଇଛି।

ଏହି ସମସ୍ତ ପଦକ୍ଷେପ ଜୁନ୍ ୩୦ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବଳବତ୍ତର ରହିବ।